ଚନ୍ଦ୍ରଯାନ-୨ ପାଇଁ ଭାରତକୁ ଆମେରିକାର ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ଚନ୍ଦ୍ରଯାନ-୨ ପାଇଁ ଭାରତକୁ ଆମେରିକାର ପ୍ରଶଂସା

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନ୍‌କୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କେହି କେହି ଏହା ବିଫଳ ବୋଲି କହୁଥିଲେ ମଧ୍ୟ ଦେଶ ବିଦେଶରୁ ପ୍ରଶଂସା ଆସିବାରେ ଲାଗିଛି। ଆମେରିକା ମଧ୍ୟ ଏଥିରେ ଯୋଡ଼ିହୋଇଛି।

ଆମେରିକା ପକ୍ଷରୁ ଦକ୍ଷିଣ ଓ କେନ୍ଦ୍ର ଏସିଆ ଆକ୍ଟିଂ ଆସିଷ୍ଟାଣ୍ଟ ସେକ୍ରେଟାରୀ ଆଲିସ୍‌ ଜି ୱେଲ୍ସ କହିଛନ୍ତି, ଚନ୍ଦ୍ରଯାନ-୨ ପାଇଁ ଇସ୍ରୋର ଉଦ୍ୟମ ପାଇଁ ଆମେ ଶୁଭେଚ୍ଛା ଜଣାଉଛୁ। ଏହି ମିଶନ୍‌ରେ ଭାରତକୁ ବଡ଼ ଫାଇଦା ହୋଇଛି। ଏହାଫଳରେ ଭାରତ ବହୁ ପାଦ ଆଗକୁ ଚାଲିଯାଇଛି। ଭାରତ ଏହାର ମହାକାଶ ଉଚ୍ଚାକାଂକ୍ଷା ପୂରଣ କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ଇସ୍ରୋକୁ ଶୁଭେଚ୍ଛା ଜଣାଇ ଆମେରିକାର ମହାକାଶ ସଂସ୍ଥା ନାସା ପ୍ରଥମେ ଶୁଭେଚ୍ଛା ଜଣାଇଥିଲା। ଏହାପରେ ସରକାରଙ୍କ ପକ୍ଷରୁ ଏହି ଟ୍ୱିଟ୍‌ କରାଯାଇଛି।

ନାସା ପକ୍ଷରୁ ପୂର୍ବରୁ କୁହାଯାଇଥିଲା, ମହାକାଶ କଷ୍ଟକର ମିଶନ୍‌। ଚନ୍ଦ୍ରର ଦକ୍ଷିଣ ମେରୁରେ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨ ମିଶନ୍‌ ଅବତରଣ କରିବା ପାଇଁ କରାଯାଇଥିବା ପ୍ରୟାସ ପ୍ରଶଂସନୀୟ। ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ଏହା ଆମ ସୌରଜଗତ କ୍ଷେତ୍ରରେ ଏକାଠି କାମ କରିବା ପାଇଁ ସୁଯୋଗ ସୃଷ୍ଟି କରିଛି।



from Odisha Reporter https://ift.tt/2PQwlML

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages