କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖି ଫ୍ୟାନ୍ ଜଣଙ୍କ କ’ଣ କଲେ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖି ଫ୍ୟାନ୍ ଜଣଙ୍କ କ’ଣ କଲେ, ଦେଖନ୍ତୁ ଭିଡିଓ

ମୁମ୍ୱାଇ: ବଲିଉଡ୍‌ ସେଲେବ୍ରିଟିଙ୍କୁ ଭେଟିବା ପାଇଁ ଫ୍ୟାନ୍ ମାନେ ଓଲଟାସିଧା କାମ କରୁଥିବା ସୋଶାଲ ମିଡିଆରେ ଦେଖିବାକୁ ମିଳିଥାଏ। ସେହିପରି ଜଣେ ସେଲେବ୍ରିଟି ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ୍‌, ଯିଏ ନିଜର ଭଲ ଅଭିନୟ ପାଇଁ କମ୍‌ ସମୟରେ ଲୋକପ୍ରିୟ ଅଭିନେତା ହୋଇପାରିଛନ୍ତି।

କାର୍ତ୍ତିକଙ୍କ ଫ୍ୟାନ୍ ମାନଙ୍କ ତାଲିକା ବଢ଼ିବାରେ ଲାଗିଛି। ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଜଣେ ଝିଅ ତାଙ୍କୁ ଆଣ୍ଠୁ ମାଡ଼ି ପ୍ରପୋଜ କରୁଛନ୍ତି। ‘ଫିଲ୍ମି ଜ୍ଞାନ’ ସୋଶାଲ ମିଡିଆ ଆକାଉଣ୍ଟରୁ ଏହି ଭିଡିଓଟିକୁ ଶେଆର୍‌ କରାଯାଇଛି।

ଫ୍ୟାନ୍ ମାନେ କାର୍ତ୍ତିକଙ୍କର ଏହି ଭିଡିଓଟିକୁ ଖୁବ୍‌ ପସନ୍ଦ କରିଛନ୍ତି। ପୋଷ୍ଟ ହେବା ପରେ ଏହାକୁ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।

ଭାଇରାଲ୍‌ ହୋଇଥିବା ଭିଡିଓରେ ଝିଅ ଜଣକ କାର୍ତ୍ତିକଙ୍କୁ ଦେଖା କରିବା ପାଇଁ ଘର ବାହାରେ ଅପେକ୍ଷା କରିଛନ୍ତି। କାର୍ତ୍ତିକ ପ୍ରଥମେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି।ତେବେ ହଠାତ୍‌ ଝିଅ ଜଣକ ତାଙ୍କୁ ପ୍ରପୋଜ କରିବା ପାଇଁ ତଳେ ଆଣ୍ଠୁ ମାଡ଼ି ବସି ଯାଇଛନ୍ତି। ଏହାପରେ କାର୍ତ୍ତିକ ତାଙ୍କୁ ସମ୍ମାନ ଜଣାଇ ତାଙ୍କ ସହିତ ସେଲ୍‌ଫି ନେଇଛନ୍ତି।

କାର୍ତ୍ତିକଙ୍କର ଭିଡିଓ ଭାଇରାଲ୍ ହେବା ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ତାଙ୍କ ସହିତ ଏପରି ଅନେକ ଘଟଣା ଘଟିଛି। ଅନ୍ୟ ଏକ ଭିଡିଓ କିଛି କଲେଜ ଝିଅ ତାଙ୍କ ଗାଲକୁ ଚିପି ଦେବା ସହିତ ସେଲ୍‌ଫି ନେବା ପାଇଁ ଭିଡ଼ ଜମାଇଛନ୍ତି।

ବର୍ତ୍ତମାନ ଭୂମି ପେଡନାକର ଓ ଅନନ୍ୟା ପାଣ୍ଡେଙ୍କ ସହିତ କାର୍ତ୍ତିକ ଆର୍ଯ୍ୟନ୍‌ ‘ପତି ପତ୍ନୀ ଔର୍‌ ବୋ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ୬ ଡିସେମ୍ୱରରେ ରିଲିଜ୍‌ ହେବ। ଏହା ବ୍ୟତୀତ ‘ଦୋସ୍ତାନା ୨’ ଓ ‘ଭୁଲ ଭୁଲେୟା ୨’ ଫିଲ୍ମରେ ମଧ୍ୟ କାର୍ତ୍ତିକଙ୍କ ଅଭିନୟ ଦେଖିବାକୁ ମିଳିବ।

 



from Odisha Reporter https://ift.tt/2oo33I8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages