ଉଦ୍‌ଘାଟନର ତିନି ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନି ଉପ-ସ୍ୱାସ୍ଥ୍ୟକେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 9, 2019

ଉଦ୍‌ଘାଟନର ତିନି ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନି ଉପ-ସ୍ୱାସ୍ଥ୍ୟକେନ୍ଦ୍ର

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଗ୍ରାମାଞ୍ଚଳରେ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପଞ୍ଚାୟତସ୍ତରରେ ଉପ-ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ହେଲେ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସେବା ପରିବର୍ତ୍ତେ କେଉଁଠି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡସ୍ଥଳୀ ପାଲଟିଛି ତ’ ଆଉ କେଉଁଠି ଗୋରୁ ଛେଳି ବନ୍ଧା ଯାଉଛି। ଏପରି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାର ରାଢ଼ଙ୍ଗ ଓ ବଡ଼କୋରକୋର ଉପ-ସ୍ୱାସ୍ଥ୍ୟକେନ୍ଦ୍ରରୁ।

ଜଗତସିଂହପୁର ଜିଲ୍ଲାର ରାଢ଼ଙ୍ଗ ଉପସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ହତାରେ ଗଡୁଛି ମଦ ବୋତଲ। ଡାକ୍ତରଖାନା ନୁହେଁ ସତେ ଯେମିତି ଭୂତକୋଠି ପାଲଟିଛି। ଏହି ଉପସ୍ୱାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନର ୩ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଏବେ ଏହା ଅସାଧୁଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି। ଏହି ଉପସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଆସିଥିବା ବିଦ୍ୟୁତ୍ ଉପକରଣ ମଧ୍ୟ ଚୋରି ହୋଇଗଲାଣି। ଏଣେ କେନ୍ଦ୍ର ପାଇଁ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟକର୍ମୀ କେବେ ବି ଆସୁ ନଥିବା ଅଭିଯୋଗ ହୋଇଛି।

ଏନେଇ ରାଢ଼ଙ୍ଗର ପୂର୍ବତନ ସରପଞ୍ଚ ଦେବୀ ପ୍ରସାଦ ମହାରଣା କହିଛନ୍ତି,‘ଆଜିକୁ ଚାରି ବର୍ଷ ହେଲାଣି ଉପସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ସରିଲାଣି। ତା’ ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ୱାସ୍ଥ୍ୟକର୍ମୀ ଏଠାରେ ନାହାନ୍ତି। ଏହି ଉପସ୍ୱାସ୍ଥ୍ୟକେନ୍ଦ୍ର ଚତୁଃପାର୍ଶ୍ୱ ଜଙ୍ଗଲ ଅବସ୍ଥାରେ ରହିଛି। ଏହା ଭୂତ କୋଠୀରେ ପରିଣତ ହୋଇଛି। ଅନେକ ଥର ଲିଖିତ ଆକାରରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ଏହି ଉପସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପାଖାପାଖି ୬ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। ୨୦୧୬ ମସିହାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେଣୁ ଆଗାମୀ ଦିନରେ ଯଦି କାର୍ଯ୍ୟକାରୀ କରା ନଗଲେ ନିଶ୍ଚିତ ଭାବେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ୱନ କରିବାକୁ ନିଷ୍ପତ୍ତି ନେଉଛୁ।

ସେହପିରି ଅଢେଇକୂଳ ପଞ୍ଚାୟତର ବଡ଼କୋରକୋର ଉପସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ବି ସମାନ। ଏହି  ଉପସ୍ୱାସ୍ଥ୍ୟକେନ୍ଦ୍ରର ବି ୩ ବର୍ଷ ହେଲାଣି ଉଦ୍‌ଘାଟନ ସରିଛି ହେଲେ କେବେ କର୍ଯ୍ୟକ୍ଷମ ତାହା କାହାରିକୁ ଜଣା ନାହିଁ। ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟକର୍ମୀ ଏଠାକୁ ଆସୁନାହାନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରର ଚାରିପାଖେ ଅନାବନା ଗଛରେ ଭର୍ତ୍ତି ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ନିମ୍ନମାନର କାମ ହୋଇଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ର କାନ୍ଥ ଫାଟି ଆଁ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯଦି ବେଳ ଥାଉଥାଉ ଏହାର ସମାଧାନ ନହୁଏ, ତା’ହାଲେ ଆନ୍ଦୋଳନ କରିବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି।

ଅଢ଼େଇକୂଳ ସରପଞ୍ଚ ଶେଷଦେବ ସେଠୀ କହିଛନ୍ତି,‘ଆଜିକୁ ଚାରି ବର୍ଷ ହେଇଗଲା ଉପସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବାରେ ହେଲେ କୌଣସି ଏନ୍‌ଏମ୍‌ କି ଡାକ୍ତରଙ୍କ ଦେଖା ଦର୍ଶନ ନାହିଁ। ଅବହେଳା ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ର ପଡ଼ିଛି। ଗେଡ୍‌ରେ ତାଲା ପଡୁ ନଥିବାରୁ ଲୋକେ ଏଠାରେ ଗୋରୁ ଛେଳି ବାନ୍ଧୁଛନ୍ତି। ସିଡିଏମ୍‌ଓ ଓ ଜିଲ୍ଲାପାଳଙ୍କୁ କୁହାଯାଇଥିଲେ ମଧ୍ୟ ଏଥିପ୍ରତି କାହାର ଧ୍ୟାନ ନାହିଁ। ୪ ହଜାରରୁ ଅଧିକ ଲୋକ ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଯଥାଶୀଘ୍ର ଏହି ଉପସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଗଲେ ଆମ ଅଞ୍ଚଳବସୀ ଉପକୃତ ହେବୁ। ନହେଲେ ଆମ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବେ।’

ତେବେ ମାସେ ମଧ୍ୟରେ ଉପସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟକ୍ଷମ ହେବ। ଯଦି ସ୍ୱାସ୍ଥ୍ୟକର୍ମୀ ଦାୟିତ୍ୱରେ ଅବହେଳା କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଜୟ କୁମାର ବୈଠାରୁ କହିଛନ୍ତି।



from Odisha Reporter https://ift.tt/2A5UOmF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages