ବାରିପଦା(ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଘର ନିକଟ ଖାଲରେ ଜମିଥିବା ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ପାଏଲ ବେସ୍ରା (୨) ଓ ଝାନସୀ ବେସ୍ରା (୩)। ସେମାନେ ସମ୍ପର୍କୀୟ ଭଉଣୀ ବୋଲି ଜଣାପଡ଼ିଛି।
ଆଜି ସକାଳେ ଏହି ୨ ଭଉଣୀ ଘର ପାଖରେ ଖେଳୁଥିଲେ। ଏହି ସମୟରେ ସେଠାରେ ଥିବା ଏକ ଖାଲରେ ଜମି ରହିଥିବା ପାଣିରେ ଉଭୟ ବୁଡ଼ି ଯାଇଥିଲେ। ଗାଁ ଲୋକେ ଦୁହିଁଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ପ୍ରାଥମିକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏନେଇ ଗାଁ ଲୋକେ ପୁଲିସ୍କୁ ଖବର ଦେଇଛନ୍ତି।
from Odisha Reporter https://ift.tt/2HFn4kk
No comments:
Post a Comment