ମର୍ଣ୍ଣିଂୱାକ୍‌ରେ ବାହାରିଥିଲେ, ଧକ୍କା ଦେଇ ପଳାଇଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 9, 2019

ମର୍ଣ୍ଣିଂୱାକ୍‌ରେ ବାହାରିଥିଲେ, ଧକ୍କା ଦେଇ ପଳାଇଲା କାର୍‌

ଭଦ୍ରକ(ପ୍ରାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ କାର୍‌ ଧକ୍କାରେ ଦୁଇ ନାବଳକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିଚୟ ମିଳିପାରିନାହିଁ।

ଆଜି ଭୋର ପ୍ରାୟ ୫ଟା ସମୟରେ ଦୁଇ ଜଣ ନାବାଳକ ସାଇକେଲରେ ମର୍ଣ୍ଣିଂ ୱାକ୍‌ ପାଇଁ ଯାଉଥିଲେ। ଏହି ସମୟରେ  ବିପରୀତ ଦିଗରୁ ଆସୁଥିବା ଏକ  କାର୍‌ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କିଛି ସମୟ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ୍ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ହସ୍‌ପିଟାଲକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2ZLRpIZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages