୩୦ କୋଟି ଟଙ୍କାର ହେରୋଇନ୍‌ ଜବତ, ଜଣେ ଆଫଗାନ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

୩୦ କୋଟି ଟଙ୍କାର ହେରୋଇନ୍‌ ଜବତ, ଜଣେ ଆଫଗାନ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜଣେ ଆଫଗାନ ନାଗରିକଙ୍କୁ ଗିରଫ କରିଛି ଜାତୀୟ ନାର୍କୋଟିକ ବ୍ୟୁରୋ। ତାଙ୍କଠାରୁ ୧.୮ କିଲୋଗ୍ରାମ ଓଜନର ଆଫଗାନ୍‌ ହେରୋଇନ୍‌ ଜବତ କରାଯାଇଛି। ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଜବତ ହେରୋଇନ୍‌ର ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଆଫଗାନ ନାଗରିକ ଜଣକ କାନ୍ଦାହାରରୁ ହେରୋଇନ୍‌ ପ୍ୟାକେଟଗୁଡ଼ିକୁ ପେଟରେ ପୂରେଇ ଆଣିଥିଲେ। ସର୍ଜରୀ ପରେ ତାଙ୍କଠାରୁ ତାହା ଉଦ୍ଧାର କରାଯାଇଛି। ସେ ହେରୋଇନ୍‌ ସ୍ମଗଲ କରି ଆଣୁଥିବା ନେଇ ଜାତୀୟ ନାର୍କୋଟିକ ବ୍ୟୁରୋ ନିକଟରେ ସୂଚନା ଥିଲା। ତେଣୁ ତାଙ୍କୁ ଧରିବା ପାଇଁ ଦିଲ୍ଲୀ ବିମାନ ବନ୍ଦରରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ତାଙ୍କ ସହିତ ସନ୍ଦେହରେ ଅନ୍ୟ ୫ ଜଣ ଆଫଗାନ ଓ ନାଇଜେରୀୟ ନାଗରିକଙ୍କୁ ମଧ୍ୟ ଅଟକ ରଖାଯାଇ ଜେରା କରାଯାଉଛି। ତେବେ ସେମାନଙ୍କଠାରୁ କୌଣସି ନିଶାଦ୍ରବ୍ୟ ଜବତ ହୋଇନାହିଁ।



from Odisha Reporter https://ift.tt/2AkCNkS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages