ଫୁଲୁଛି ମହାନଦୀ, ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ସ୍ଥିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ଫୁଲୁଛି ମହାନଦୀ, ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ସ୍ଥିତି

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିସହ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀ ଫୁଲିବାରେ ଲାଗିଛି। ଜଳସ୍ତର ବୃଦ୍ଧି ପାଇଥିବାରୁ ଛୋଟ ବଡ଼ ନାଳ ଓ ଯୋର ପାଣି ନିଷ୍କାସନ ହୋଇ ନପାରି ବନ୍ୟା ପରିସ୍ଥିତି ଦେଖାଦେଇଛି।

ବୀରମହାରାଜପୁର ବ୍ଲକର ବଖମ୍ୱଶିରିପାଲି ଗାଁ ଲୋକେ ଜଳବନ୍ଦୀ  ହୋଇ ରହିଛନ୍ତି। ଗାଁକୁ ଚାରିପଟରୁ ବନ୍ୟାପାଣି ଘେରି ରଖିଥିବାରୁ ଭୟ ଆଉ ଆଶଙ୍କା ଭିତରେ ଗାଁଲୋକେ ଅଛନ୍ତି। ପିତାମହୁଲ ବାଉରୀ ଯୋର ଉପରେ ଆଜି ମଧ୍ୟ ୫ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି।  ଫଳରେ ବୀରମହାରାଜପୁର-ରେଢାଖୋଲ,ବୀରମହାରାଜପୁର-ବଉଦ ଏବଂ ବୀରମହାରାଜପୁର- ଆଠମଲ୍ଲିକ ଯୋଗାଯୋଗ ବିଚ୍ଛିନ୍ନ ରହିଛି।

ସେହିଭଳି କୁଲୁଥି ଯୋରର ଜଳସ୍ତର ମଧ୍ୟ ବୃଦ୍ଧିପାଇ ବିଜେପୁର ସେତୁ ୩ ଫୁଟ ଉଚ୍ଚରେ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ତେଣୁ ବୀରମହାରାଜପୁର ବିଜେପୁର ଦେଇ ସୋନପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।



from Odisha Reporter https://ift.tt/34vl1Jf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages