‘ପାକିସ୍ତାନ ଯେତେ ନୀଚ ସ୍ତରକୁ ଯିବ, ଆମେ ସେତେ ଉଚ୍ଚରେ ଉଡ଼ିବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 20, 2019

‘ପାକିସ୍ତାନ ଯେତେ ନୀଚ ସ୍ତରକୁ ଯିବ, ଆମେ ସେତେ ଉଚ୍ଚରେ ଉଡ଼ିବୁ’

ନୂଆଦିଲ୍ଲୀ: ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉଠାଇବା ଭାରତ ପାଇଁ ଫାଇଦା ଦେବ ଏବଂ ପାକିସ୍ତାନ ନିଜେ ଏଥିପାଇଁ ଅସୁବିଧାରେ ପଡ଼ିବ ବୋଲି କହିଛନ୍ତି ଜାତିସଂଘରେ ଭାରତର ପ୍ରତିନିଧି ସୟଦ୍‌ ଆକବରଉଦ୍ଦିନ୍‌। ସେ କହିଛନ୍ତି ଏହି ପ୍ରସଙ୍ଗରେ ପାକିସ୍ତାନ ଯେତେ ନୀଚ ସ୍ତରକୁ ଯିବ ଆମେ ସେତେ ଉପରେ ଉଡ଼ିବୁ। ଅତୀତରେ ଆତଙ୍କବାଦକୁ ବେଶ୍‌ ପ୍ରୋତ୍ସାହନ ଯୋଗାଇ ସାଧାରଣ ଘଟଣା ଭାବେ ବିବେଚନା କରି ଆସିଥିବା ପାକିସ୍ତାନ ଏବେ ‘ମେନ୍‌ଷ୍ଟ୍ରୀମ୍‌ ହେଟ୍‌ସ୍ପିଚ୍‌’ ଆରମ୍ଭ କରିବ ବୋଲି ସୟଦ୍‌ ଆଗୁଆ ଅନୁମାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜାତିସଂଘର ସାଧାରଣ ଅଧିବେଶନରେ କଶ୍ମୀର ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି। ଆସନ୍ତା ୨୭ ତାରିଖରେ ନ୍ୟୁୟର୍କଠାରେ ଆୟୋଜିତ ହେବାକୁ ଥିବା ଏହି ଅଧିବେଶନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେଇ ଅଭିଭାଷଣ ରଖିବାର ଅଛି। ଏଥିପାଇଁ ସେ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଏହି ଅଧିବେଶନକୁ ନେଇ କହିଛନ୍ତି, ଇମ୍ରାନ୍‌ ଖାନ୍‌ ଏଠାରେ ରାଷ୍ଟ୍ର ସମୂହଙ୍କ ସାମ୍ନାରେ କଶ୍ମୀର ପ୍ରସଙ୍ଗ ଉଠାଇବେ।

ତେବେ ଏହାର ପ୍ରତିକ୍ରିୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୟଦ୍‌ କହିଛନ୍ତି, କେଉଁ ଦେଶ ଗ୍ଲୋବାଲ ପ୍ଲାଟଫର୍ମରେ କେଉଁ ପ୍ରସଙ୍ଗ କିଭଳି ଭାବେ ଉଠାଉଛି ତାହା ଗୁରୁତ୍ୱପୂର୍ଣ୍ଣ। କିଛି ରାଷ୍ଟ୍ର ନୀଚ ସ୍ତରକୁ ଯାଇ ପାରନ୍ତି। ଆମ ପ୍ରତିକ୍ରିୟା ରହିବ, ଆମେ ଉଚ୍ଚରେ ଉଡ଼ିବୁ। ସେମାନେ ନୀଚ ସ୍ତରରେ ପ୍ରସଙ୍ଗ ରଖିପାରନ୍ତି।

ସେ ପାକିସ୍ତାନର ଆଗାମୀ ପଦକ୍ଷେପ ନେଇ କହିଥିଲେ, “ସେମାନେ କ’ଣ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ। ସେମାନେ ଆଗରୁ ମେନ୍‌ଷ୍ଟ୍ରିମ୍‌ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଛନ୍ତି ଆଉ ଏବେ ଆପଣମାନେ ପଚାରୁଛନ୍ତି ଏବେ ସେମାନେ ମେନ୍‌ଷ୍ଟ୍ରିମ୍‌ ହେଟ୍‌ସ୍ପିଚ୍‌ର ପ୍ରୟାସ କରିବେ କି ନା। ତାହା ସେମାନଙ୍କ ପରେ ନିର୍ଭର କରେ। ବିଷ ବହୁଦିନ ଧରି ତିଷ୍ଠିପାରେନି।”



from Odisha Reporter https://ift.tt/2V40RBO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages