ଶ୍ରୀନଗର: ସୀମାରେ ଭାରତୀୟ ସେନାକୁ ବଡ଼ ସଫଳତା। କଶ୍ମୀରରେ ଅନୁପ୍ରବେଶ କରିଥିବା ଦୁଇ ଆତଙ୍କବାଦୀକୁ ଗିରଫ କରିଛି ଭାରତୀୟ ସେନା। ଗିରଫ ୨ ଜଣ ଆତଙ୍କବାଦୀ ସଂଗଠନ ଲଶ୍କାର-ଇ-ତଇବାର। ଚିନାର ସେନାର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ୍ କେଜିଏସ ଧିଲୋନ୍ ଏବଂ ଜମ୍ମୁ କଶ୍ମୀର ପୁଲିସର ଏଡିଜି ମୁନୀର ଖାନ ଆଜି ଏକ ସାମ୍ବାଦିକ ସମ୍ମିଳନରେ ଏହି ସୂଚନା ଦେଇଛନ୍ତି।
#WATCH SRINAGAR: Indian Army releases confession video of two Pakistani nationals, who are associated with Lashkar-e-Taiba, and were apprehended on August 21. #JammuAndKashmir pic.twitter.com/J57U3uPZBl
— ANI (@ANI) September 4, 2019
୨୨ ଅଗଷ୍ଟ ବିଳମ୍ୱିତ ରାତ୍ରିରେ ବାରମୁଳା ଜିଲ୍ଲାର ବୋନିୟର ସେକ୍ଟରରୁ ଏହି ଦୁଇ ଆତଙ୍କବାଦୀକୁ ଗିରଫ କରାଯାଇଥିଲା। ପ୍ରେସ କନଫରେନସ ବେଳେ ଗିରଫ ଆତଙ୍କବାଦୀଙ୍କ ଭିଡିଓ ମଧ୍ୟ ଜାରି କରାଯାଇଛି। ଦୁଇ ଆତଙ୍କବାଦୀ ପାକିସ୍ତାନର ନାଗରିକ। ଜଣଙ୍କ ନା ଖଲିଲ୍ ଅହମଦ ଏବଂ ଅନ୍ୟ ଜଣଙ୍କ ନା ମୋଜମ୍ ଖୋକର। ଏହି ଆତଙ୍କବାଦୀ ଲଶ୍କାର-ଇ-ତଇବାର ନିର୍ଦ୍ଦେଶ କ୍ରମେ କଶ୍ମୀରରେ ଆସି ଆକ୍ରମଣ କରିବାର ଯୋଜନା ଥିଲା।
ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। କଶ୍ମୀରେ ପାକିସ୍ତାନ ହିଂସା କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି। ଏଥିପାଇଁ ପାକିସ୍ତାନୀ ସେନା ଆତଙ୍କବାଦୀକୁ ସହଯୋଗ କରୁଛି।
ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ କଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାର ଅପଚେଷ୍ଟା ଚଳେଇଛି। ପରିଣାମ ସ୍ୱରୂପ ଜାତିସଂଘ ପାଖରୁ ଆରମ୍ଭ କରି ବିଭିନ୍ନ ଦେଶ ପାଖରୁ ନିରାଶ ହୋଇ ଲଜ୍ଜିତ ହୋଇଛି। ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଭାରତରେ ଆତଙ୍କବାଦୀ ଆକ୍ରମଣ ସାଙ୍ଗକୁ ପରମାଣୁ ବୋମା ପକାଇବେ ବୋଲି ଧମକ ଦେଉଛନ୍ତି। ନିକଟରେ ଉତ୍ତର ଆମେରିକାରେ ଥିବା ପ୍ରବାସୀ ପାକିସ୍ତାନୀଙ୍କୁ ଭିଡିଓ କନଫରେନସିଂ ଜରିଆରେ ଉଦବୋଧନ ଦେବାକୁ ଯାଇ ଇମ୍ରାନ୍ କହିଥିଲେ ଇସଲାମ୍ ଓ ପାକିସ୍ତାନ ଶାନ୍ତିର ପ୍ରତୀକ। ଭାରତର ଆରଏସଏସ ହିଂସାର ବାତାବାରଣ ସୃଷ୍ଟି କରୁଛି।
from Odisha Reporter https://ift.tt/34qdH1R
No comments:
Post a Comment