ପୁଣି ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ଟ୍ରମ୍ପ! ନିଦ ହଜିବ ଇମ୍ରାନଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 15, 2019

ପୁଣି ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ଟ୍ରମ୍ପ! ନିଦ ହଜିବ ଇମ୍ରାନଙ୍କର

ନୂଆଦିଲ୍ଲୀ: ଆଉ ଅଳ୍ପ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯିବେ। ଏହି ଗସ୍ତ ଅବସରରେ ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେବେ ମୋଦି। ଏହି ଅବସରରେ ହୋଷ୍ଟନରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକାଠି ହେବେ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଦୁଇ ଦେଶ ମଧ୍ୟରେ କୂଟନୀତିକ କଥାବାର୍ତ୍ତା ଚାଲିଛି। ଏହି ଭେଟଘାଟ ବେଳେ ଦୁଇ ଦେଶ ମଧ୍ୟରେ ବ୍ୟାବସାୟିକ ପ୍ରସଙ୍ଗରେ ନୂଆ ସଂପର୍କ ଘୋଷଣା ହେବାର ଅଛି।

୨୨ ସେପ୍ଟେମ୍ୱର ହୋଷ୍ଟନରେ ପ୍ରଧାନମନ୍ତ୍ରୀ ମୋଦି ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଜରିଆରେ ୫୦ ହଜାର ଭାରତୀୟଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ‘ହାଓଡି’ର ଓଡ଼ିଆ ଅର୍ଥ ଆପଣମାନେ କେମିତି ଅଛନ୍ତି।

ସୂଚନାଯୋଗ୍ୟ, ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ୧୧୨ଟି ଦେଶ ଯୋଗ ଦେବେ। ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନାଁ ମଧ୍ୟ ରହିଛି।

ଆତଙ୍କବାଦ ପ୍ରସଙ୍ଗରେ ଭାରତ ପ୍ରତ୍ୟେକ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନକୁ ଟାର୍ଗେଟ କରି ଅସଲ ମୁଖା ଖୋଲିବାରେ ସକ୍ଷମ ହୋଇଛି। ଧାରା ୩୭୦ ଉଚ୍ଛେଦ ନେଇ ଜାତିସଂଘ ପାଖରୁ ନିରାଶ ହୋଇଥିଲା ପାକିସ୍ତାନ। ସେହିପରି ଆମେରିକା ମଧ୍ୟ ଭାରତର କୂଟନୀତିକ ଚାପର ଶିକାର ହୋଇ ପାକିସ୍ତାନକୁ ସମର୍ଥନ କରିବ କି ନାହିଁ ଦୋ’ ଛକରେ ରହିଛି। ଖୋଲିକରି କେବେ ପାକିସ୍ତାନର ଦାବି ଉପରେ ମଧ୍ୟ ହଁ ମାରି ପାରୁନି।

ନିକଟରେ ଜି-୭ ସମ୍ମିଳନୀରେ ମୋଦି-ଟ୍ରମ୍ପ ଭେଟଘାଟ ହୋଇଥିଲେ। ଉଭୟେ ମିଡିଆକୁ ସମ୍ୱୋଧନ କରିଥିଲେ। ଟ୍ରମ୍ପ ସିଧାସିଧା କହିଥିଲେ ଜମ୍ମୁ କଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଆମେରିକା କୌଣସି ମତେ ହସ୍ତକ୍ଷେପ କରିବ ନାହିଁ। ଯାହାକି ପାକିସ୍ତାନକୁ ପୁଣି ନିରାଶ କରିଥିଲା। ଅନ୍ତର୍ଜାତୀୟ ମିଡିଆରେ ଟ୍ରମ୍ପ ଏବଂ ମୋଦିଙ୍କ ଦୋସ୍ତି ଘନିଷ୍ଠ ବୋଲି ଚର୍ଚ୍ଚା ହେଉଥିବା ବେଳେ ହାଓଡି ମୋଦି କାର୍ଯ୍ୟକ୍ରମରେ ଯଦି ମୋଦି-ଟ୍ରମ୍ପ ଭେଟଘାଟ ହୁଅନ୍ତି ତାହେଲେ ଇମ୍ରାନ୍ ଖାନଙ୍କ ପାଇଁ ଚିନ୍ତାର ବିଷୟ ସାଜିବ।



from Odisha Reporter https://ift.tt/2Ngo0zS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages