ମୁମ୍ବାଇ: ଜବରଦସ୍ତ ଡ୍ୟାନ୍ସ ପାଇଁ ବେଶ ଲୋକପ୍ରିୟ ବଲିଉଡର ଦିଲ୍ବର୍ ଗର୍ଲ ନୋରା ଫତେହି। କିଛି ଦିନ ତଳେ ରିଲିଜ୍ ହୋଇଥିବା ବାଟଲା ହାଉସ ଫିଲ୍ମରେ ‘ସାକି ସାକି’ ଗୀତରେ ସେ ଧମାଲ ମଚାଇ ଦେଇଥିଲେ। ଏହାପରେ ଭିକ୍କି କୌଶଲଙ୍କ ସହ ‘ବଡ଼ା ପଚତାଓଗେ’ ଗୀତରେ ନଜର ଆସିଥିଲେ ନୋରା। ଏହି ଗୀତଟି ଏବେ ମଧ୍ୟ ଟ୍ରେଣ୍ଡିଂରେ ରହିଛି। ଏବେ ପୁଣିଥରେ ନୋରା ଆଉ ଏକ ଗୀତରେ ଧମାଲ କରିଛନ୍ତିା
ଏହି ଗୀତର ନାଁ ହେଉଛି ‘ପେପେଟା’। ଏହାର ଟିଜର ରିଲିଜ୍ ହୋଇଯାଇଛି। ଏହାକୁ ୟୁଟ୍ୟବରେ ପାଖାପାଖି ୫୦ଲକ୍ଷ ଦର୍ଶକ ଦେଖିସାରିଲେଣି। ଗୀତଟି ଏବେ ଟପ୍ ଟ୍ରେଣ୍ଡିଂରେ ରହିଛି। ଏହି ଗୀତର ବିଶେଷ ଆକର୍ଷଣ ରହିଛି ନୋରାଙ୍କ ଗୋଲାପି ରଙ୍ଗର ଚୁଟି। ଗୀତରେ ବିଦେଶୀ ସ୍ପର୍ଶ ଆଣିବାକୁ ନୋରା ଏପରି କରିଥିବା କହିଛନ୍ତି।
ଗୀତଟି ଥାଇଲ୍ୟାଣ୍ଡରେ ସୁଟିଂ ହୋଇଛି। ଏହାର ନିର୍ଦ୍ଦେଶନା ମୋରୋକାନ୍ ନିର୍ଦ୍ଦେଶକ ଅବଦେରାଫିଆ ଏଲ୍ ଅବ୍ଦୁଇ ଦେଇଛନ୍ତି। ଯିଏକି ନିକଟରେ ନୋରାଙ୍କ ସହ ‘ଦୀଲବର୍’ ଗୀତର ଆରବିକ୍ ଭର୍ଜନ ପ୍ରସ୍ତୁତ କରିଥିଲେ। ଏହି ସମ୍ପୂର୍ଣ୍ଣ ଗୀତଟି ଆସନ୍ତା ୯ ତାରିଖରେ ରିଲିଜ୍ ହେବା
from Odisha Reporter https://ift.tt/2UE7Hhi
No comments:
Post a Comment