ଏଠି ଲାଞ୍ଚ ନଦେଲେ ପାସ୍‌ ହେଉନି ବିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 13, 2019

ଏଠି ଲାଞ୍ଚ ନଦେଲେ ପାସ୍‌ ହେଉନି ବିଲ୍

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଲାଞ୍ଚ ନଦେଲେ ହିତାଧିକାରୀଙ୍କ ବିଲ୍ ପାସ୍ ହେଉନି। ଜିଆରଏସ୍ ହାତଗୁଞ୍ଜା ମାଗୁଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ।

ଗରିବ ଲୋକମାନେ କିପରି ସୁବିଧାରେ ରହିବେ ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କ ଘର ଯୋଜନାରେ ଗରିବ ଲୋକଙ୍କୁ ଘର ଯୋଗାଇ ଦେଉଛନ୍ତି । ହେଲେ ଏହି ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ପାଇଖାନା ଟଙ୍କା ଓ ତିନି ମାସରେ ଘର ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ବୋନସ୍‌ ୨୦ ହଜାର ଟଙ୍କା ମିଳୁ ନଥିବା ଅଭିଯୋଗ ହୋଇଛି। ଏମିତିକି ଏହି ଯୋଜନାରେ  ହିତାଧିକାରୀଙ୍କୁ ଶ୍ରମିକଙ୍କ ମଜୁରୀ ବାବଦରେ ୧୬ ହଜାର ଟଙ୍କା ଓ ପାଇଖାନା ଟଙ୍କା ୧୨ ହଜାର ଟଙ୍କା ମଧ୍ୟ ମିଳୁ ନଥିବା ଅଭିଯୋଗ କରିଛନ୍ତି।

ଏନେଇ ହିତାଧିକାରୀ ବାରମ୍ୱାର ପଞ୍ଚାୟତ ଅଫିସ୍‌ ଦୌଡ଼ୁଥିଲେ ବି କିଛି ସୁଫଳ ମିଳୁନି। ସେହିପରି ଏହି ଯୋଜନାରେ ତିନି ମାସରେ ଘର ସମ୍ପୂର୍ଣ୍ଣ କରିଥିଲେ ୨୦ ହଜାର ଟଙ୍କା ବୋନସ୍‌ ମିଳିଥାଏ। ହେଲେ ହିତାଧିକାରୀ ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ କରିଥିଲେ ମଧ୍ୟ ଟଙ୍କା ମିଳୁନାହିଁ। ଲାଞ୍ଚ ନଦେଲେ କାମ ହେବନି ବୋଲି ଜିଆରଏସ୍‌ କହୁଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି।

ଏନେଇ ଅଭିଯୋଗକାରୀ ଦୟାନିଧି ସାହୁ କହିଛନ୍ତି,“ ମୁଁ ବର୍ଷେ ହେଲା ଘର ତିଆରି କରି ସାରିଲିଣି। ହେଲେ ଟଙ୍କା ପାଇନି। ଟଙ୍କା ଦେବେ ବୋଲି କହିକି ଦେଉ ନାହାନ୍ତି। ଏବେ ମୋତେ ଲାଞ୍ଚ ମଗାଯାଉଛି।”

ଏନେଇ ସଂପୃକ୍ତ ଜିଆରଏସ୍‌ଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କହିଛନ୍ତି।



from Odisha Reporter https://ift.tt/30eTed0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages