ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଓଜନ କମାଇବାକୁ ଚାହୁଁଥିଲେ ଖାଦ୍ୟରୁ ପ୍ରଥମେ କାର୍ବୋହାଇଡ୍ରେଟ୍ର ମାତ୍ରା କମ୍ କରନ୍ତୁ’। ଏପରି ଉଦଦେଶ ପାଇବା ପରେ ଓଜନ କମାଇବାକୁ ଇଚ୍ଛକ ବ୍ୟକ୍ତି ପ୍ରଥମେ ଖାଦ୍ୟରୁ କାର୍ବୋହାଇଡ୍ରେଟ୍ରେ ଭରପୂର ଆଳୁର ମାତ୍ରାକୁ କମ୍ କରିଥାନ୍ତି। ହେଲେ ଏକ ଗବେଷଣା ଅନୁସାରେ ୫ ଦିନ ପର୍ଯ୍ୟନ୍ତ କେବଳ ଆଳୁ ଖାଇଲେ ବା ପଟାଟୋ ଡାଏଟ୍ ଅନୁସରଣ କଲେ ମଧ୍ୟ ଆପଣ ଶରୀରର ଓଜନ ହ୍ରାସ କରିପାରିବେ। ଏହାକୁ ‘ପଟାଟୋ ଡାଏଟ୍’ ବୋଲି କୁହାଯାଏ।
ଜର୍ଣ୍ଣାଲ୍ ମୋଲେକୁଲାର୍ ଅଫ୍ ନ୍ୟୁଟ୍ରିସନ୍ ଆଣ୍ଡ୍ ଫୁଡ୍ ରିସର୍ଚ୍ଚ(Journal Molecular of Nutrition and Food Research)ରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଯଦି ପତଳା ହେବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଆଳୁ ଖାଆନ୍ତୁ। କେବଳ ଏତିକି ନୁହେଁ, ୫ ଦିନ ପର୍ଯ୍ୟନ୍ତ କେବଳ ‘ପଟାଟୋ ଡାଏଟ୍’ ଫଲୋ କଲେ ଆପଣଙ୍କ ଓଜନ ଖୁବ୍ ଶୀଘ୍ର ହ୍ରାସ ପାଇବ। ଏହାର କାରଣ ଆଳୁ ଖାଇବା ପରେ ଭୋକ ଲାଗିନଥାଏ। ଏଥିରେ ପେଟ ଶୀଘ୍ର ଭରି ଯାଇଥାଏ ଏବଂ ଆପଣ ଅଧିକ ଖାଇବାକୁ ମଧ୍ୟ ପସନ୍ଦ କରିନଥାନ୍ତି।
ରିସର୍ଚ୍ଚରେ ଆହୁରି ମଧ୍ୟ ଜଣାପଡ଼ିଥିଲା ଯେ, ଓଜନ କମାଇବା ପାଇଁ ଆଳୁ ପ୍ରଭାବ ପକାଇଥାଏ। ଏହା ଏକ ତନ୍ତୁଜାତୀୟ ଖାଦ୍ୟ ହୋଇଥିବାକୁ ଏଥିରେ ‘କମ୍ପଲେକ୍ସ କାର୍ବୋହାଇଡ୍ରେଟ୍’ ଅଧିକ ରହିଥାଏ ଏବଂ କ୍ୟାଲୋରୀ କମ୍ ଥାଏ। ଏହା ସହିତ ଆଳୁ ମେଟାବୋଲିଜିମ୍କୁ ବୃଦ୍ଧି କରି ଓଜନ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ।
ଗୋଟିଏ ମିଡିୟମ୍ ସାଇଜ୍ ଆଳୁରେ ୧୬୮ କିଲୋ କ୍ୟାଲୋରି ଏବଂ ସିଝା ଆଳୁରେ ୧୦୦ କିଲୋ କ୍ୟାଲୋରି ରହିଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଳୁ ଏପରି ଖାଦ୍ୟ ଯାହା ଓଜନ ହ୍ରାସ କରିଥାଏ । କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଯଦି ଆପଣ ଦିନକୁ ୧୦ଟି ଆଳୁ ବି ଖାଆନ୍ତି, ତେବେ ଅନ୍ୟ ଖାଦ୍ୟ ଅପେକ୍ଷା ଆପଣଙ୍କୁ କମ୍ କ୍ୟାଲୋରୀ ମିଳିବ।
ଆଳୁରେ ଫାଇବର୍ ଓ ପ୍ରୋଟିନ୍ ବ୍ୟତୀତ ଭିଟାମିନ୍ ବି, ସି, ଆଇରନ୍, କ୍ୟାଲସିୟମ୍, ଫସଫରସ୍ ପରି ପୋଷକ ତତ୍ତ୍ୱ ରହିଛି।
ଯଦି ଆପଣ ଦୁଇ କିମ୍ୱା ତିନୋଟି ଆଳୁକୁ ସିଝାଇ ଦହି ସହିତ ଖାଇବେ, ତେବେ ଏହା ସମ୍ପୂର୍ଣ୍ଣ ଆହାରର କାର୍ଯ୍ୟ କରିଥାଏ।
ଆଳୁକୁ ତେଲମସଲା ଓ ଘିଅରେ ଭାଜି ଖାଇବା ଦ୍ୱାରା ଏଥିରେ ଥିବା ଚିକ୍କଣ ଅଂଶ ପେଟକୁ ଯାଇ ଚର୍ବି ବୃଦ୍ଧି କରିଥାଏ। କିନ୍ତୁ ଏହାକୁ ସିଝାଇ ଖାଇଲେ ଶରୀରକୁ ଲାଭ ମିଳିବା ସହିତ ଓଜନ କମ୍ ହୋଇଥାଏ।
ଆମେ ଆଳୁ ଚୋପାକୁ ଫିଙ୍ଗି ଦେଇଥାଉ। କିନ୍ତୁ ଆଳୁକୁ ଚୋପା ସହିତ ଖାଇଲେ ଶକ୍ତି ମିଳିଥାଏ। ଏପରିକି ଯେଉଁ ପାଣିରେ ଆପଣ ଆଳୁ ସିଝାଉଛନ୍ତି, ତାହାକୁ ନ ଫିଙ୍ଗି ଗଛ ମୂଳରେ ମଧ୍ୟ ଦେଇପାରିବେ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଓ ମିନେରାଲ୍ସ ରହିଛି।
from Odisha Reporter https://ift.tt/2Ls9aUV
No comments:
Post a Comment