ଔରଙ୍ଗାବାଦ: ଦେଶରେ ଏକ ନୂଆ ପ୍ରଜାତିର ସାପର ଆବିଷ୍କାର ହୋଇଛି। ଏହି ସାପର ଶରୀରରେ ବାଘ ଦେହରେ ପଡ଼ିଥିବା କଳା କଳା ପରି ଦାଗ ରହିଛି। ମହାରାଷ୍ଟ୍ରର ପଶ୍ଚିମଘାଟରେ ଏହି ବିରଳ ପ୍ରଜାତିର ସାପ ଅଧିକାଂଶ ଦେଖିବାକୁ ମିଳୁଛି। ପୁଣେ ସ୍ଥିତ ଜୈବ ବିବିଧତା ସଂରକ୍ଷଣ ଫାଉଣ୍ଡେସନର ନିର୍ଦ୍ଦେଶକ ବରଦ ଗିରି କହିଛନ୍ତି ଏହି ସାପର ନାମ ସଧାରଣତଃ ‘ବିଲେଇ ସାପ’ ବୋଲି କୁହାଯାଏ। ବୋଇଗା ଶ୍ରେଣୀର ଏହି ସାପ ଅଟେ। ବମ୍ୱେ ନେଚୁରାଲ ହିଷ୍ଟ୍ରି ସୋସାଇଟି ପତ୍ରିକାରେ ଏ ବାବଦରେ ସମ୍ପୂର୍ଣ୍ଣ ପ୍ରକାଶିତ ହୋଇଛି।
The first Boiga to be described from the western ghats in 125 years! Known to feed exclusively on tree frogs & their eggs, An extremely specialised habitat dweller, it’s found on trees over hanging rain fed streams in it’s misty montane rainforest habitat.
— Aaditya Thackeray (@AUThackeray) September 26, 2019
ଏବେ ଏହି ସାପର ନାମ ଏବେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ ଠାକରେଙ୍କ ନାମରେ ନାମିତ ହୋଇଛି। କାରଣ ଏହି ସାପ ବାବଦରେ ଅଧିକ ଅନୁସନ୍ଧାନ କରିଥିଲେ ତେଜସ୍ ଠାକରେ। ତେଣୁ ଏହି ସାପର ଇଂରାଜୀ ନାମ ‘ଠାକରେଜ କେଟ୍ ସ୍ନେକ୍’(ବୈଜ୍ଞାନିକ ନାମକରଣ ବୋଇଗା ଠାକରେୟି) ରଖାଯାଇଛି।
ତେଜସଙ୍କ ବଡ଼ ଭାଇ ତଥା ରାଜନେତା ଆଦିତ୍ୟ ଠାକରେ ସାପର ଫଟୋ ଚିତ୍ର ବାବଦରେ ସେୟାର କରି ଉଲ୍ଲେଖ କରିଛନ୍ତି।
ଗିରି କହିଛନ୍ତି ତେଜସ ଠାକରେ ଏହି ପ୍ରଜାତିର ସାପ ପ୍ରଥମେ ୨୦୧୫ରେ ଦେଖିଥିଲେ। ଏହାପରେ ଏହି ସାପ ଉପରେ ଗବେଷଣା କରିଥିଲେ। ଏହାପରେ ବିବିଧତା ସଂରକ୍ଷଣ ଫାଉଣ୍ଡେସନକୁ ଏହି ନୂଆ ପ୍ରଜାତିର ସାପ ବାବଦରେ ସୂଚନା ଦେଇଥିଲେ। ତେଜସ୍ ଠାକରେ ପଶ୍ଚିମ ମହାରାଷ୍ଟ୍ରର ସତାରା ଜିଲ୍ଲାର କୋୟନା ଅଞ୍ଚଳରେ ଏହି ସାପକୁ ପ୍ରଥମେ ଦେଖିଥିଲେ।
from Odisha Reporter https://ift.tt/2mwsZkm
No comments:
Post a Comment