ଜାପାନ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ଜାପାନ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବାବଦରେ ଅଗଗତ କରାଇଛନ୍ତି। କଶ୍ମୀର ଭାରତର ଅଙ୍ଗ, ପାକିସ୍ତାନର କୌଣସି ଅଧିକାର ନାହିଁ କଶ୍ମୀର ବାବଦରେ ଭାରତର ନିଷ୍ପତ୍ତିକୁ ବିରୋଧ କରି ପ୍ରସଙ୍ଗ କରିବାର ବୋଲି ଏହି ଅବସରରେ ସିଞ୍ଜୋ ଆବେଙ୍କୁ ରାଜନାଥ ସିଂହ କହିଛନ୍ତି।

ଏଥିସହ ଜାପାନ ବୈଦେଶିକ ମନ୍ତ୍ରୀ ତାକେଶି ଇବେୟାଙ୍କ ସହିତ ରାଜନାଥ ସିଂହ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ବିଭାଗର ଦ୍ୱିପାକ୍ଷିକ ଚୁକ୍ତି ବାବଦରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ଚୁକ୍ତିକୁ ଆହୁରି ମଜବୁତ କରିବା ଦିଗରେ ମଧ୍ୟରେ ରାଜନାଥ ଓ ତାକେଶି କଥା ହୋଇଛନ୍ତି। ଏଥିସହ ପାକିସ୍ତାନ ବାରମ୍ୱାର ସୀମା ପାର ଆତଙ୍କବାଦୀକୁ ପ୍ରଶୟ ଦେଉଛି ବୋଲି ରାଜନାଥ ସିଂହ ତାଙ୍କ ଜାପାନ ପ୍ରତିପକ୍ଷଙ୍କୁ ଅବଗତ କରାଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରରେ ଚୀନ ନିଜ ସେନାର ଉପସ୍ଥିତିକୁ ବଢ଼ାଉଛି ବୋଲି ମଧ୍ୟ ଏହି ଅବସରରେ ସେ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ୫ ଦିନିଆ ଜାପାନ ଓ ଦକ୍ଷିଣ କୋରିଆ ଗସ୍ତରେ ରହିଛନ୍ତି। ଜାପାନ୍ ପରେ ଦକ୍ଷିଣ କୋରିଆ ଯିବେ ରାଜନାଥ। ସେଠାରେ ମଧ୍ୟ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ହେବ।



from Odisha Reporter https://ift.tt/2ZLzrl9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages