ଲର୍ଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀରେ ଆଜିଠୁ ଖୋଲିବ କ୍ୟାମ୍ପ ଅଫିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀରେ ଆଜିଠୁ ଖୋଲିବ କ୍ୟାମ୍ପ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ମୋଟର ଆଇନ ଅନୁସାରେ ମାତ୍ରାଧିକ ଜୋରିମାନା ଯୋଗୁ ଭୟଭୀତ ହୋଇ ପଡ଼ିଥିବା ସାଧାରଣ ଲୋକେ ଆରଟିଓ ଅଫିସ୍‌ରେ ଘଣ୍ଟା ଘଣ୍ଟା ଲାଇନ୍‌ରେ ଛିଡ଼ା ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି  ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ ପାଇଁ ରାଜଧାନୀରେ ଆଜିଠୁ ଖୋଲିବ କ୍ୟାମ୍ପ ଅଫିସ୍ ।

ପରିବହନ ବିଭାଗ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସହିଦ ନଗର ବିଏମ୍‌ସି  ୱାର୍ଡ ଅଫିସ ଏବଂ OSRTC ପରିସରରେ ଲୋକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଯୋଗାଇ ଦିଆଯିବ । ଅକ୍ଟୋକର ୪ ତାରିଖ ଯାଏଁ  ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ।  ତେବେ ଏଠାରେ କୌଣସି ସ୍ଲଟ ବୁକ୍ କରାଯିବ ନାହିଁ । ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ପାଇଁ  ଆସୁଥିବା ବ୍ୟକ୍ତି ଆବେଦନ ଫର୍ମର କପି ଓ ଆକ୍ନଲେଜମେଣ୍ଟ, ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ବ୍ଲଡ ଗ୍ରୁପ ସାର୍ଟିଫିକେଟ ଆଣିବାକୁ କୁହାଯାଇଛି ।

ସେପଟେ ସରକାର ଚଳାଇଥିବା ଦଲାଲ ମୁକ୍ତ ଅଭିଯାନ ବେଳେ ଗତକାଲି ବିଭିନ୍ନ ସ୍ଥାନରୁ ୧୬ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା ସେମାନଙ୍କ ମଧ୍ୟରୁ ୪ଜଣ ଆରଟିଓ ଦଲାଲ ହୋଇଥିବାବେଳେ ୧୨ ଜଣ ମେଡିକାଲ ଦଲାଲ  ଥିବା ଜଣାଯାଇଛି।



from Odisha Reporter https://ift.tt/2nPdsw7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages