ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିବ। ନୂଆଦିଲ୍ଲୀରେ ଦଳର ସଂସଦୀୟ ବୋର୍ଡ ବୈଠକରେ ପ୍ରାର୍ଥୀ ଚୟନ ନିଷ୍ପତ୍ତି ହେବ ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ତେବେ ସନତ ଗଡ଼ତିଆଙ୍କ ଉପରେ ପୁଣି ଦଳ ଭରସା କରିବ ନା ଆଉ କାହାକୁ ମଇଦାନକୁ ଛାଡିବ ତାକୁ ନେଇ ଚର୍ଚ୍ଚା ଚାଲିଛି।
ସୂଚନାଯୋଗ୍ୟ, ଗତକାଲି ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁ ବିଜେଡି ପ୍ରାର୍ଥୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ରୀତା ସାହୁ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ। ସୁବଳଙ୍କ ପରଲୋକ ପରେ ରୀତାଙ୍କୁ ବିଜେଡି ପକ୍ଷରୁ ଟିକେଟ୍ ଦିଆଯାଇଥିଲା। ସେ ଉପନିର୍ବାଚନ ଜିତି ସ୍ୱଳ୍ପକାଳ ପାଇଁ ବିଧାୟିକା ହୋଇଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଏବଂ ହିଞ୍ଜିଳିରୁ ନିଜେ ମୁଖ୍ୟମନ୍ତ୍ରୀ ଲଢ଼ିଥିଲେ। ଆଉ ଦୁଇଟି ଯାକ ବିଧାନସଭା ଆସନରୁ ସେ ଜିତିଥିଲେ। ପରେ ହିଞ୍ଜିଳି ଆସନକୁ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ।
ସେହିପରି କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ବିଜେପୁର ମଇଦାନକୁ ଓହ୍ଲାଇଛି। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାରୁ ତିନି ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ।
from Odisha Reporter https://ift.tt/2oh3YdD
No comments:
Post a Comment