ଲୁଗା ଦୋକାନରେ ଆଇଆଇସିଙ୍କ ଦାଦାଗିରି ; ରାତାରାତି ବଦଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ଲୁଗା ଦୋକାନରେ ଆଇଆଇସିଙ୍କ ଦାଦାଗିରି ; ରାତାରାତି ବଦଳି

ଭଦ୍ରକ(ପାର୍ଥ ସାରଥୀ ନାୟକ ): ଗତ ସନ୍ଧ୍ୟାରେ ଭଦ୍ରକ ପୁରୁଣା ବଜାର ଆଇଆଇସି  ପ୍ରଜ୍ଞା ମହାନ୍ତି  ଏକ ମୁସଲିମ୍‌ ଲୁଗା ଦୋକାନରୁ ଲୁଗାପଟା ଫିଙ୍ଗା ଫୋପଡ଼ା କରିଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଲା।  ଘଟଣାସ୍ଥଳରେ ଏସ୍‌ପି ଓ ଆଇଜି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଏହି ଘଟଣାରେ ଗତ ରାତିରେ ହିଁ ଆଇଆଇସିଙ୍କୁ  ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

ଗତକାଲି ଆଇଆଇସି ପୁରୁଣା ବଜାର ଦେଇ ଦେଇ ଯାଉଥିବା ବେଳେ  ଉକ୍ତ ଲୁଗା ଦୋକାନ ସମ୍ମୁଖରେ ରହି ଯାଇଥିଲେ। ଦୋକାନ ବାହାରେ କାହିଁକି ଜିନିଷ ରଖାଯାଇଛି ବୋଲି ଦୋକାନୀଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାପରେ ତାଙ୍କୁ ଧମକଚମକ ଦେବା ସହ ଜିନିଷପତ୍ର ଫିଙ୍ଗା ଫୋପଡ଼ା କରିଥିଲେ। ସ୍ଥାନୀୟ ଲୋକେ ଆଇଆଇସିଙ୍କ ଏପରି କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ିକୁ ଘେରିଯିବାରୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‌ ଲାଠିଚାର୍ଜ କରିଥିଲା ।

ଖବର ପାଇ ଭଦ୍ରକ ଏସ୍‌ପି ଓ ପୂର୍ବାଞ୍ଚଳ ଆଇଜି ଦୀତେଶ ପଟ୍ଟନାୟକ ପହଞ୍ଚି ଲୋକଙ୍କୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଆଇଆଇସିଙ୍କ ବିରୋଧରେ ଲୋକେ ଅଭିଯୋଗ କରିଥିବା ବେଳେ ମୋ ସରକାର କାର୍ଯ୍ୟକ୍ରମରେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଇଜି କହିଥିଲେ। ଏହାସହ ରାତି ସୁଦ୍ଧା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉତ୍ତେଜନା ଥମିଥିଲା।

ଏହାପରେ  ଗତ ରାତିରେ ହିଁ ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ରତିକାନ୍ତ ଗିରିଙ୍କୁ ନିଯୁକ୍ତି ଦିଆଯାଇଛି।  ଏହାପୂର୍ବରୁ ରତିକାନ୍ତ ବାସୁଦେବପୁର ବ୍ଲକ ନାୟକାଣିଡିହି ଥାନାରେ କାର୍ଯ୍ୟରତ ଥିଲେ ।

 



from Odisha Reporter https://ift.tt/2LT6jDu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages