ରଣବୀରଙ୍କ ଉପରେ ସଲମାନ୍‌ ଖପ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 21, 2019

ରଣବୀରଙ୍କ ଉପରେ ସଲମାନ୍‌ ଖପ୍ପା

ମୁମ୍ବାଇ: ବଲିଉଡ୍‌ରେ ସଲ୍‌ମାନ୍‌ଙ୍କର ଭାରି ଖାତିର୍ ରହିଛି। ଅନେକ ବଡ଼ ବଡ଼ ପ୍ରଯୋଜକଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି। ତାଙ୍କ ସହିତ ଯିଏ ଶତ୍ରୁତା କରିଛି, ତାହା ତାଙ୍କୁ ମହଙ୍ଗା ପଡ଼ିଛି। ତେବେ ଏବେ ସଲ୍‌ମାନ୍‌ଙ୍କ ଟାର୍ଗେଟ୍‌ରେ ଅଛନ୍ତି ରଣବୀର କପୁର୍‌। ପୂର୍ବରୁ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଥିଲା। ଆଉ ଏବେ ଏକ ଫିଲ୍ମର ଟାଇଟଲ୍‌କୁ ନେଇ ଦୁହିଁଙ୍କ ମଧ୍ୟରେ ଥିବା ପୁରୁଣା ଶତ୍ରୁତା ଉଦ୍‌ଜୀବିତ ହୋଇଛି।

ଆଗକୁ ରଣବୀର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ବାଙ୍ଗାଙ୍କ ସହ କାମ କରିବାକୁ ଯାଉଛନ୍ତି। ସନ୍ଦୀପ ଏହା ପୂର୍ବରୁ ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ରିମେକ୍‌ ‘କବୀର ସିଂହ’ ତିଆରି କରିଥିଲେ। ଏଥିରେ ଶାହିଦ୍‌ କପୁର ଅଭିନୟ କରିଥିଲେ ଓ ଏହା ବ୍ଳକ୍‌ବଷ୍ଟର୍‌ ମଧ୍ୟ ହୋଇଥିଲା। ଏବେ ସେ ତାଙ୍କ ଆଗାମୀ ଫିଲ୍ମରେ ରଣବୀର କପୁରଙ୍କୁ ନେବାକୁ ଚାହୁଁଛନ୍ତି। ସେ ତାଙ୍କର ଏହି ନୂଆ ଫିଲ୍ମର ନାଁ ରଖିଛନ୍ତି ’ଡେଭିଲ୍‌’, ଯାହା ସଲମାନଙ୍କୁ ଆଦୌ ପସନ୍ଦ ଆସିନାହିଁ।

ଆପଣମାନେ ଜାଣିଥିବେ ଆଗକୁ ସଲ୍‌ମାନ୍‌ଙ୍କ ଫିଲ୍ମ ‘କିକ୍‌ ୨’ ଆସୁଛି। ‘କିକ୍‌’ ଭଳି ଏହି ଫିଲ୍ମରେ ମଧ୍ୟ ତାଙ୍କ ଚରିତ୍ରର ନାଁ ଡେଭିଲ୍‌ ରହିଛି। ତେଣୁ ସଲ୍‌ମାନ୍‌ଙ୍କ କହିବା କଥା ଯଦି ରଣବୀରଙ୍କ ଫିଲ୍ମର ନାଁ ‘ଡେଭିଲ୍‌’ ରହେ ଓ ସେମାନଙ୍କ ଫିଲ୍ମ ପାଖାପାଖି ରିଲିଜ୍ ହୁଏ, ତା’ହେଲେ ଦର୍ଶକମାନେ ଦ୍ୱନ୍ଦ୍ୱରେ ପଡ଼ିଯିବେ।

‘କିକ୍‌’ରେ ସଲମାନ୍‌ ‘ଭେଡିଲ୍‌’ ଚରିତ୍ରକୁ ଲୋକେ ଖୁବ୍ ପସନ୍ଦ କରିଥିଲେ। ସେ ଏହି ଚରିତ୍ରରେ ଫେମସ୍ ହୋଇ ସାରିଛନ୍ତି। ତେଣୁ ସେ ଚାହୁଁ ନାହାନ୍ତି ଯେ ରଣବୀରଙ୍କ ଅପ୍‌କମିଂ ଫିଲ୍ମର ନାଁ ‘ଡେଭିଲ୍‌’ ରହୁ।

ଅନ୍ୟପକ୍ଷରେ ସନ୍ଦୀପ ରେଡ୍ଡୀ ବାଙ୍ଗା ଫିଲ୍ମ ନିର୍ମାତା ତଥା ଟି-ସିରିଜ୍‌ରର ମାଲିକ ଭୂଷଣ କୁମାରଙ୍କ ସହ ‘ଡେଭିଲ୍’ର କାହାଣୀ ବିଷୟରେ କଥା ହୋଇସାରିଲେଣି।ଭୂଷଣ କୁମାର ଏହାର ପ୍ରଯୋଜନା ଦାୟିତ୍ୱ ନେବାକୁ ରାଜି ବି ହୋଇସାରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଫିଲ୍ମଟି ଆସନ୍ତା ବର୍ଷରେ ରିଲିଜ୍ ହେବ। ବାକି ଏହା ଦେଖିବା ବାକି ରହିଲା ଯେ ସଲ୍‌ମାନ୍‌ଙ୍କ ରାଗ ଦେଖି ରଣବୀର ଏ ଫିଲ୍ମରେ କାମ କରୁଛନ୍ତି ନା ନାହିଁ।

 



from Odisha Reporter https://ift.tt/32TGOsH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages