କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯମଜ ଶିଶୁ ଜଗା ଓ କାଳିଆଙ୍କ ମଧ୍ୟରୁ କାଳିଆ ଅବସ୍ଥା ସଙ୍କଟାପନ୍ନ ରହିଛି। ତାର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବାରୁ ଏସସିବି ମେଡିକାଲ ଡାକ୍ତରୀ ଦଳ ଦିଲ୍ଲୀ ଏମ୍ସର ସହାୟତା ଲୋଡ଼ିଛନ୍ତି। ଦୁଇଜଣ ବିଶେଷଜ୍ଞଙ୍କୁ ଏସସିବି ପଠାଇବା ପାଇଁ ଦିଲ୍ଲୀ ଏମ୍ସକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ନ୍ୟୁରୋସର୍ଜନ ଦୀପକ ଗୁପ୍ତା ଓ ପେଡିଆଟିକ୍ ଆଇସିୟୁ କେୟାର ମୁଖ୍ୟ ରାକେଶ ଲୋଧାଙ୍କୁ ଏସ୍ସିବି ପଠେଇବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଆଜି ଏନେଇ ଏସସିବି ମେଡିକାଲ ଅଧିକ୍ଷକ ଡ଼ା ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗୁରୁବାର ରାତିରେ କାଳିଆର ଅବସ୍ଥାର ଗୁରୁତର ହୋଇପଡ଼ିବାରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ଦୀର୍ଘ ୨ ବର୍ଷର ଚିକିତ୍ସା ପରେ ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଏମ୍ସରୁ ଜଗା ଓ କାଳିଆ ଓଡ଼ିଶା ଫେରିଥିଲେ। ତା’ପରଠାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍ର ଆଇସିୟୁରେ ରଖାଯାଇଥିଲା।
ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ୨୦୧୭ରେ ଏ ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ଖବର ପ୍ରଥମେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଶିଶୁ ଦ୍ୱୟଙ୍କୁ ଦିଲ୍ଲୀ ଏମ୍ପସକୁ ପଠାଇବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ।
from Odisha Reporter https://ift.tt/2nrocks
No comments:
Post a Comment