ହାର୍ନିଆ କ’ଣ ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 13, 2019

ହାର୍ନିଆ କ’ଣ ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାର୍ନିଆ ବିଷୟରେ ଅଧିକାଂଶ ଲୋକଙ୍କର ଭ୍ରାନ୍ତ ଧାରଣା ରହିଛି। ଶରୀରର ଆଭ୍ୟନ୍ତରୀଣ ଅଂଶରେ  ହାର୍ନିଆ ହେଉଥିବା ବେଳେ କିପରି ଏହାର ଚିକିତ୍ସା କରାଯାଇପାରିବ ସେ ବିଷୟରେ ଆସନ୍ତୁ ସର୍ଜନ୍‌ ତଥା ଲାପ୍ରୋସ୍କୋପିକ ସର୍ଜନ୍‌ ଡାକ୍ତର ଜଟାଶଙ୍କର ମହାପାତ୍ରଙ୍କଠାରୁ ଜାଣିବା।

୧. ହାର୍ନିଆ କ’ଣ ?
ହାର୍ନିଆ ସାଧାରଣତଃ ପେଟ କିମ୍ୱା ଛାତିରେ ହୋଇଥାଏ। ଶରୀରର ଏହି ଅଂଶରେ କୌଣସି ସମସ୍ୟା ଦେଖା ଦେଲେ ପେଟ କିମ୍ୱା ଛାତିରେ ଥିବା ଜିନିଷ ନିଜ ସ୍ଥାନରେ ନ ରହି ବାହାରକୁ ଠେଲି ହୋଇ ଚାଲି ଆସିଥାଏ। ଯାହାକୁ ଆମେ ହାର୍ନିଆ କହିଥାଉ। ଉଭୟ ପୁରୁଷ ଓ ସ୍ତ୍ରୀ ଲୋକଙ୍କର ନାଭି ପାଖରେ ହାର୍ନିଆ ହୋଇଥାଏ। ଏହାର କାରଣ ଶରୀରର ଅନ୍ୟ ଆଭ୍ୟନ୍ତରୀଣ ଅଂଶ ଅପେକ୍ଷା ନାଭି ଜନ୍ମରୁ ହିଁ ଦୁର୍ବଳ ରହିଥାଏ। ତେଣୁ ଏହି ସ୍ଥାନରେ ହାର୍ନିଆ ହେବାର ଅଧିକ ଆଶଙ୍କା ରହିଥାଏ।

ଓଜନ ବଢ଼ିବା ସଙ୍ଗେ ସଙ୍ଗେ ପେଟ ଭିତରେ ଚର୍ବି ବଢ଼ିଯାଇଥାଏ ଏବଂ ପେଟ ଭିଟରେ ଜାଗା କମି ଯାଇଥାଏ। ଏଥିପାଇଁ ନାଭି ଦେଇ ଭିତରର ଅଂଶ ବାହାରକୁ ଠେଲି ବାହାରି ଆସିଥାଏ।

ନଚେତ୍‌ କିଛି ଲୋକ ଭାରି ଜିନିଷ ଉଠାଇବା କାର୍ଯ୍ୟ କରିଥାନ୍ତି । ଅର୍ଥାତ୍‌ ଶରୀରର କ୍ଷମତା ବାହାରେ ଏହି କାର୍ଯ୍ୟ ହୋଇଥାଏ। ଏପରି ହେବା ଦ୍ୱାରା ପେଟ ଭିତରେ ଥିବା ଅଂଶ ଦୁର୍ବଳ ନାଭି ପାର୍ଶ୍ୱ ଦେଇ ବାହାରକୁ ଠେଲି ବାହାରି ଆସିଥାଏ।

୨. ହାର୍ନିଆର ଲକ୍ଷଣ କ’ଣ ?
ଝାଳ ବୋହିବା
ଶରୀରର ଯେଉଁ ଆଭ୍ୟନ୍ତରୀଣ ଅଂଶ ଠେଲି ବାହାରକୁ ଆସିଥାଏ, ସେଥିରେ ଯନ୍ତ୍ରଣା ହୋଇଥାଏ।
ପେଟ ଫୁଲିଯିବା
ବାନ୍ତି ହେବା

୩. ହାର୍‌ନିଆର ଚିକିତ୍ସା ପଦ୍ଧତି କ’ଣ ?
ଠିକ୍‌ ଭାବରେ କହିଲେ ଚିକିତ୍ସା ବିଜ୍ଞାନ ଅନୁସାରେ ହାର୍ନିଆ ଏକ ରୋଗ ନୁହେଁ। ଏହା ଏକ ଆନାଟୋମିକାଲ୍‌ ଡିଫେକ୍ଟ। ଯେମିତି ଭାବରେ ଦେହର ଆବରଣ ରହିବା କଥା ସେପରି ନ ରହି ଶରୀରରେ ଗୋଟିଏ ଅଲଗା ବାଟ ସୃଷ୍ଟି ହୋଇଥାଏ। ସେହି ବାଟ ଦେଇ ପେଟ କିମ୍ୱା ଛାତି ଭିତର ଜିନିଷ ବାହାରକୁ ଚାଲି ଆସିଥାଏ। ଏହାର ଅର୍ଥ ଛାତି ଭିତର ଜିନିଷ ପେଟ ଭିତରକୁ କିମ୍ୱା ପେଟ ଭିତର ଜିନିଷ ଛାତି ଭିତରକୁ ପଶି ଯାଇଥାଏ।

ତେଣୁ ଏହି ଡିଫେକ୍ଟକୁ ମେଡିସିନ୍‌ ଦେଇ ଠିକ୍‌ କରାଯାଇପାରିବ ନାହିଁ।  ତେଣୁ ହାର୍ନିଆ ହୋଇଛି ବୋଲି ଜାଣିବା ମାତ୍ରେ ଅପରେସନ୍‌ କରନ୍ତୁ। ଏଥିପାଇଁ ଚିକିତ୍ସା ହେଉଛି ଲାପ୍ରୋସ୍କୋପି ସର୍ଜରୀ କିମ୍ୱା ଓପନ୍‌ ସର୍ଜରୀ।

୪. ପୁରୁଷ ଲୋକଙ୍କୁ ବୟସ ହେଲେ ହାର୍‌ନିଆ କାହିଁକି ହୋଇଥାଏ ?
ଏହାର ଦୁଇଟି କାରଣ ରହିଛି। ଗୋଟିଏ ହେଉଛି, ୬୦ କିମ୍ୱା ୬୫ ବର୍ଷ ପରେ ପୁରୁଷ ଲୋକଙ୍କର ମସଲ୍‌ ଟୋନ୍‌ କମି ଯାଇଥାଏ। ସେହିପରି ଅନ୍ୟ ଏକ କାରଣ ହେଉଛି, ଏହି ବୟସରେ ଅଧିକାଂଶ ପୁରୁଷଙ୍କର ପ୍ରୋଷ୍ଟେଟ୍‌ ଜନିତ ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ  କେତେଜଣଙ୍କର ପରିସ୍ରା ଠିକ୍‌ ଭାବରେ ହୋଇନଥାଏ ଏବଂ କୁନ୍ଥେଇ କରି ପରିସ୍ରା କରିବାକୁ ପଡ଼ିଥାଏ। ଏହି ପରିସ୍ଥିତିରେ ହାର୍‌ନିଆ ସମସ୍ୟା ଦେଖା ଦେଇଥାଏ।

 



from Odisha Reporter https://ift.tt/2AjkYCI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages