ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୃହବନ୍ଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 10, 2019

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୃହବନ୍ଦୀ

ଅମରାବତୀ: ଆନ୍ଧ୍ର ପ୍ରଦେଶର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ଦଳର ଅନେକ ନେତାଙ୍କୁ ଗୃହବନ୍ଦୀ କରାଯାଇଛି। ସୂଚନାଯୋଗ୍ୟ, ଟିଡିପିର ୮ କର୍ମୀ ନିକଟରେ ହତ୍ୟାର ଶିକାର ହୋଇଛନ୍ତି ଓ ଏଥିପାଇଁ ଟି଼ଡିପି ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ବିରୋଧରେ ଅଭିଯୋଗ ଆଣିବା ପରେ ସରକାର ନାଇଡ଼ୁ ଓ ଅନ୍ୟମାନଙ୍କୁ ଗୃହବନ୍ଦୀ କରିଛନ୍ତି।

ଏହି ହତ୍ୟାକାଣ୍ଡକୁ ନେଇ ଜଗନ ମୋହନ ରେଡ୍ଡୀ ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ କରିବା ପାଇଁ ଟିଡିପି ପ୍ରସ୍ତୁତି ଚଳାଇଥିବା ବେଳେ ଏହା ପୂର୍ବରୁ ବିରୋଧୀ ନେତାଙ୍କୁ ରାଜ୍ୟ ସରକାର ଗୃହବନ୍ଦୀ କରିଛନ୍ତି।

ଆନ୍ଧ୍ର ପ୍ରଦେଶର ପଲନାଡୁ ଅଞ୍ଚଳରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସମସ୍ତ ଅଞ୍ଚଳରେ ଆନ୍ଦୋଳନ ପାଇଁ ନିଷିଦ୍ଧ କରାଯାଇଛି। ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଚନ୍ଦ୍ବାବୁ ନାଇଡୁ ବିରୋଧ କରିଛନ୍ତି। ଏଭଳି ଦିନ ଗଣତନ୍ତ୍ର ପାଇଁ କଳା ଦିନ ବୋଲି ସେ କହିଛନ୍ତି। ଯାହାର ପ୍ରତିବାଦରେ ସେ ଆଜି ସନ୍ଧ୍ୟା ୮ଟା ଯାଏ ଉପବାସରେ ବସିଛନ୍ତି।

ନାଇଡୁଙ୍କ ସହିତ ତାଙ୍କ ପୁଅ ନାରା ଲୋକେଶ ମଧ୍ୟ ଗୃହବନ୍ଦୀ ହୋଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ରାଜ୍ୟରେ ଟିଡିପି ଗଣତନ୍ତ୍ର ପ୍ରକ୍ରିୟାରେ ବିରୋଧ କରୁଛି। ହେଲେ ଶାସକ ଦଳ ଏହା କରାଇ ଦେଉ ନାହିଁ। ଶାସକ ଦଳର ସମସ୍ତ ନେତା ଟିଡିପି ନେତାଙ୍କୁ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏମିତିକି ତାଙ୍କ ସହିତ ପୁଲିସ ମଧ୍ୟ ରହିଛି ବୋଲି ଓ୍ୱାଇଏସଆର କଂଗ୍ରେସର ନେତା ଟିଡିପି ନେତା ଓ କର୍ମୀଙ୍କୁ କହୁଥିବା ସେ କହିଛନ୍ତି।

ଅନ୍ୟପଟେ ଟିଡିପିକୁ ପ୍ରତିହତ କରିବା ପାଇଁ ଓ୍ୱାଇଏସଆର କଂଗ୍ରେସ ମଧ୍ୟ ଏକ ଆନ୍ଦୋଳନ କରିଛି। ନାଇଡୁ ସରକାର ବେଳେ ଅତମାକୁର ଏବଂ ପଲନାଡୁ ଜିଲ୍ଲା ହିଂସା ପ୍ରବଣ ଅଞ୍ଚଳରେ ପରିଣତ ହୋଇଥିଲା ବୋଲି ଶାସକ ଦଳ ଅଭିଯୋଗ କରିଛି। ଏହି ସମୟରେ ଓ୍ୱାଇଏସଆର କଂଗ୍ରେସର ସମର୍ଥକ ଏବଂ ନେତାଙ୍କ ନାଁରେ ମିଛ ଅଭିଯୋଗ ଅଣାଯାଇଥିଲା ବୋଲି ଜଗନ ରେଡ୍ଡୀଙ୍କ ଦଳର ନେତା ଅଭିଯୋଗ କରିଛନ୍ତି।

ଉଭୟ ଟିଡିପି ଏବଂ ଓ୍ୱାଇଏସଆର କଂଗ୍ରେସ ଆନ୍ଦୋଳନ ପାଇଁ ରାଜଧାନୀ ଅମରାବତୀରୁ ୨୪୦ କିଲୋମିଟର ଦୂରରେ ଥିବା ଅତମକୁରରେ ଆଜି ଆନ୍ଦୋଳନ ପାଇଁ ନାରା ଦେଇଥିଲେ। ଟିଡିପି ଆନ୍ଦୋଳନ କରିପାରି ନଥିବା ବେଳେ ଶାସକ ଦଳର ନେତା ଆନ୍ଦୋଳନ କରୁଥିବା ନେଇ ସୂଚନା ରହିଛି।



from Odisha Reporter https://ift.tt/303XMm9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages