ମୃତକଙ୍କୁ ବଞ୍ଚାଇବାକୁ ହସ୍ପିଟାଲରେ ଗୁଣିଗାରେଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ମୃତକଙ୍କୁ ବଞ୍ଚାଇବାକୁ ହସ୍ପିଟାଲରେ ଗୁଣିଗାରେଡ଼ି

ବଲାଙ୍ଗିର( ଓଡ଼ିଶା ରିପୋର୍ଟର): ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ମୁକୁଳି ପାରୁନି ମଣିଷ। ଯେଉଁଠି ଚିକିତ୍ସା ବିଜ୍ଞାନ ଫେଲ୍‌ ମାରୁଛି, ସେଠି ମଣିଷ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରୁଛି। ଏପରି ମାନସିକତା ଦୂର କରିବାକୁ ବହୁ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସତ୍ତ୍ୱେ ଏହା ଦୂର ହେଉନି।

ସାପ କାମୁଡ଼ାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କୁ ବଞ୍ଚାଇବାକୁ ହସ୍ପିଟାଲ ଭିତରେ ଚାଲିଛି ଗୁଣି ଗାରେଡ଼ି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ହସ୍ପିଟାଲରେ। ମୃତକଙ୍କ ପାଖରେ ଗୁଣିଆ ଜଣକ ଦୀର୍ଘ ସମୟ ଧରି ମନ୍ତ୍ର ପାଠ ସହ ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଛି । ମାତ୍ର ଶେଷରେ ପଳାଇ ଯାଇଥିବା ଜଣାଯାଇଛି।

ଘଟଣାରୁ ଜଣାଯାଇଛି,  ସିଲିଣ୍ଡା ଗାଁର ପିଙ୍କୁରାଜ ନାଗ ବିଲରେ କାମ କରୁଥିବାବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା । ପିଙ୍କୁ ଚିତ୍କାର କରିବାରୁ ପାଖରେ କାମ କରୁଥିବା ଅନ୍ୟମାନେ ତାଙ୍କୁ  ଟିଟିଲାଗଡ଼ ହସ୍ପିଟାଲକୁ ନେଇଯାଇଥିଲେ । ତେବେ ଚିକିତ୍ସା ବେଳେ ସେଠାରେ ପିଙ୍କୁଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକେ ଏହାକୁ ବିଶ୍ୱାସ କରି ପାରିଲେ ନାହିଁ। ସେମାନେ ପାଖ ଗାଁରୁ ଗୁଣିଆ ଡାକି ଝଡ଼ାଫୁଙ୍କା କରିଥିଲେ । ତେବେ ହସ୍ପିଟାଲକୁ ଗୁଣିଆ କିପରି ଆସି ଝଡ଼ାଫୁଙ୍କା କଲେ, ସେନେଇ ଏସ୍‌ଡିଏମ୍ଓଙ୍କ ମତ ମିଳି ପାରି ନାହିଁ।



from Odisha Reporter https://ift.tt/2md445h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages