ଅଲକାଏଦାକୁ ସହଯୋଗ କରୁଥିଲା ପାକିସ୍ତାନ ସେନା ଏବଂ ଆଇଏସଆଇ: ଇମ୍ରାନ୍ ଖାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ଅଲକାଏଦାକୁ ସହଯୋଗ କରୁଥିଲା ପାକିସ୍ତାନ ସେନା ଏବଂ ଆଇଏସଆଇ: ଇମ୍ରାନ୍ ଖାନ୍

ନ୍ୟୁୟର୍କ: ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଏ ପାକିସ୍ତାନର ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଜାତିସଂଘର ସାଧାରଣ ପରିଷଦ ବୈଠକ ପାଇଁ ପ୍ରମୁଖ ଦେଶର ମୁଖିଆ ଆମେରିକାରେ ଉପସ୍ଥିତ ଥିବା ବେଳେ ଶେଷରେ ସତ ସ୍ୱୀକାର କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ବିଦେଶ ସମ୍ପର୍କ ପରିଷଦ (ସିଏଫଆର) ବୈଠକରେ ସେ ତାଙ୍କ ଦେଶର ସେନାର ଅସଲ ମୁଖାକୁ ଖୋଲିଛନ୍ତି ଇମ୍ରାନ୍।

ସେ କହିଛନ୍ତି ୧୯୮୦ରେ ସୋଭିଏତ ରାଷ୍ଟ୍ର ସଂଘ ଥିବା ସମୟରେ ଆଫଗାନିସ୍ତାନ ମାମଲାରେ ପାକିସ୍ତାନକୁ ଆମେରିକା ସମର୍ଥନ କରିଥିଲା। ସୋଭିଏତ ବିରୋଧରେ ଜିହାଦୀ (ଆତଙ୍କବାଦୀ)ଙ୍କୁ ଲଢ଼ିବା ପାଇଁ ସେତେବେଳେ ପାକିସ୍ତାନ ସେବା ଏବଂ ଆଇଏସଆଇ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇଥିଲା। ପରେ ଏହା ଅଲକାଏଦାରେ ପରିଣତ ହୋଇଥିଲା। ୧୯୮୯ରେ ସୋଭିଏତ ସଂଘରୁ ଆଫଗାନିସ୍ତାକୁ ହଟିଥିଲା। ପରେ ଆମେରିକା ପାକିସ୍ତାନର ହାତ ଛାଡ଼ିଦେଇଥିଲା। ଏହାପରେ ଏହି ଅଲକାଏଦା ଆତଙ୍କବାଦୀ ପାକିସ୍ତାନରେ ସକ୍ରିୟ ରହିଥିଲା। ପରେ ନ୍ୟୁୟର୍କରେ ୯/୧୧ ରେ ଆକ୍ରମଣ କରିଥିଲା। ଏହି ସମୟରେ ପୁଣି ଥରେ ଆମେରିକାକୁ ସମର୍ଥନ କରି ପାକିସ୍ତାନ ବଡ଼ ଭୁଲ୍ କରିଥିଲା ବୋଲି ସେ କହିଛନ୍ତି।

ଆତଙ୍କବାଦୀଙ୍କ ବିରୋଧରେ ଆମେରିକା ଯେଉଁ ଯୁଦ୍ଧ କରିଥିଲା ସେଥିରେ ୭୦ ହଜାର ପାକିସ୍ତାନୀଙ୍କ ମୃତ୍ୟୁ ଘଟିଥିଲା। ଏହାଦ୍ୱାରା ପାକିସ୍ତାନର ଅର୍ଥନୀତି ୧୫୦ ଅରବ ଡଲାରରୁ ୨୦୦ ଅରବ ଡଲାର କ୍ଷତି ହୋଇଥିବା ତାଙ୍କ ଦେଶର ଅର୍ଥବିଶେଷଜ୍ଞ ମାନେ କୁହନ୍ତି ବୋଲି ସେ କହିଛନ୍ତି। ଆତଙ୍କବାଦ ବିରୋଧରେ ଏହି ଯୁଦ୍ଧରେ ଆଫଗାନିସ୍ତାନ ଆମେରିକା ପାଖରୁ ପରାସ୍ତ ହେବା ପରେ ପରାଜୟ ପାଇଁ ପାକିସ୍ତାନକୁ ଦାୟୀ କିରଥିଲା’ ବୋଲି ଇମ୍ରାନ୍ କହିଛନ୍ତି।



from Odisha Reporter https://ift.tt/2mcVEdH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages