ଜଙ୍କ୍‌ ଫୁଡ୍‌ ଖାଇ ଅନ୍ଧ ଓ ବଧିର ହୋଇଗଲା ବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 4, 2019

ଜଙ୍କ୍‌ ଫୁଡ୍‌ ଖାଇ ଅନ୍ଧ ଓ ବଧିର ହୋଇଗଲା ବାଳକ

ଲଣ୍ଡନ: ଜଙ୍କ୍‌ ଫୁଡ୍‌ ଖାଇବା କେତେ କ୍ଷତିକାରକ ଏହାର ଏକ ଉଦାହରଣ ବ୍ରିଟେନ୍‌ରେ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ବ୍ରିଟେନ୍‌ର ଜଣେ ୧୭ ବର୍ଷର ବାଳକ କେବଳ ଚିପ୍ସ୍‌ ଓ କୁର୍‌କୁରେ ପରି ଜଙ୍କ୍‌ ଫୁଡ୍‌ ଖାଉଥିବାରୁ କୁପୋଷଣର ଶିକାର ହୋଇଛି। ଏହି ଅଭ୍ୟାସ ଯୋଗୁ ପିଲାଟି ଅନ୍ଧ ହେବା ସହିତ ତା’ର କାନକୁ କିଛି ଶୁଣା ଯାଉନାହିଁ।

ବ୍ରିଟେନ୍‌ରେ ଏପରି ଘଟଣା ପ୍ରଥମ ବୋଲି କୁହାଯାଉଛି। ‘ୟୁନିଭରସିଟି ହସ୍ପିଟାଲ୍‌ କ୍ରିଷ୍ଟଲ୍‌’ର ଏନ୍‌ଏଚ୍‌ଏସ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟର ସଦସ୍ୟ ଡିନାଇଜଡ୍‌ ଏଟନ୍‌ ଜଙ୍କ୍‌ ଫୁଡ୍‌ ସମ୍ପର୍କିତ ଏକ ପତ୍ରିକା ଲେଖିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ବାଳକର ମା’ଙ୍କ କହିବା ଅନୁଯାୟୀ ଯେବେ ତାଙ୍କ ପୁଅ ୭ ବର୍ଷର ଥିଲା, ଖାଦ୍ୟକୁ ପସନ୍ଦ କରୁନଥିଲା। ସ୍କୁଲରେ ବି ସେ ଲଞ୍ଚ୍‌ ବକ୍ସ ଫେରାଇ ଘରକୁ ଆଣୁଥିଲା। କେବଳ ଜଙ୍କ୍‌ ଫୁଡ୍‌ ହିଁ ଖାଉଥିଲା। ଏହାର କାରଣ ତା’କୁ ଫଳ ଓ ପରିବାର ରଙ୍ଗରୂପ ପସନ୍ଦ ଆସୁନଥିଲା ବୋଲି ଡାକ୍ତରମାନେ କହିଥିଲେ।

‘୧୪ ବର୍ଷ ବୟସରୁ ହିଁ ମୋ ପୁଅ ଶୁଣିବାର ଶକ୍ତି ହରାଇ ବସିଥିଲା। ଏହା ପରେ ତା’ ଆଖିକୁ କିଛି ଦେଖା ଗଲା ନାହିଁ।’

ମହିଳା ଜଣକ ଆହୁହି ମଧ୍ୟ କହିଛନ୍ତି, ‘ମୁଁ ତା’ ପାଇଁ ସ୍ୱାଦିଷ୍ଟ ସାଣ୍ଡୱିଚ୍‌ ତିଆରି କରୁଥିଲି ଏବଂ କିଛି ଫଳ ତା ଲଞ୍ଚ୍‌ ବକ୍ସରେ ରଖୁଥିଲି। କିନ୍ତୁ ସେ କିଛି ବି ଖାଉନଥିଲା। ପୁଅର ଏହି ଅବସ୍ଥା ପାଇଁ ସ୍କୁଲର ଶିକ୍ଷକ ମଧ୍ୟ ଚିନ୍ତାପ୍ରକାଶ କରୁଥିଲେ। ଧୀରେ ଧୀରେ ତା’ର ଓଜନ କମିବାରେ ଲାଗିଲା। ତେଣୁ ମୁଁ ତା’ର ଶରୀରକୁ ନେଇ ଚିନ୍ତାରେ ରହୁଥିଲି। ମୁଁ ଶୁଣିଥିଲି ଯେ ଜଙ୍କ୍‌ ଫୁଡ୍‌ ଖାଇବା ଯୋଗୁ ଓଜନ ବଢ଼ିଥାଏ, କିନ୍ତୁ ମୋ ପୁଅର ଓଜନ କମିବାରେ ଲାଗିଥିଲା।’

ଡାକ୍ତରଙ୍କ କହିବା ଅନୁସାରେ ‘ମୋ ପୁଅ ଖାଦ୍ୟ ଜନିତ ଏକ ରୋଗରେ ପୀଡ଼ିତ ଅଛି। ଏହି ରୋଗକୁ ଆର୍‌ଫିଡ଼୍‌ ବା ARFID (avoidantrestrictive food intake disorder) ବୋଲି କୁହାଯାଏ। ଏହି ରୋଗରେ ପୀଡ଼ିତ ହେଲେ ଜଣେ ବ୍ୟକ୍ତି ଖାଦ୍ୟର ରଙ୍ଗ, ରୂପ, ଗନ୍ଧ ଓ ସ୍ୱାଦକୁ ପସନ୍ଦ କରିନଥାଏ। ରୋଗୀକୁ ଯେଉଁ ଖାଦ୍ୟ ପସନ୍ଦ ଆସିଥାଏ, କେବଳ ତା’କୁ ହିଁ ଖାଇଥାଏ। ଶରୀରରେ ପୋଷଣର ଅଭାବ ଯୋଗୁ ରୋଗୀର ଅପ୍‌ଟିକ୍‌ ନର୍ଭ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ।



from Odisha Reporter https://ift.tt/2NOa0gd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages