୯ ଜଣ ବିଶିଷ୍ଟ ବ୍ୟକ୍ତି ପାଇଲେ ‘ଓଡ଼ିଶା ସିଟିଜେନ୍‌ସ ଆଓ୍ୱାର୍ଡ ୨୦୧୯’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 21, 2019

୯ ଜଣ ବିଶିଷ୍ଟ ବ୍ୟକ୍ତି ପାଇଲେ ‘ଓଡ଼ିଶା ସିଟିଜେନ୍‌ସ ଆଓ୍ୱାର୍ଡ ୨୦୧୯’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ପକ୍ଷରୁ ‘ଓଡ଼ିଶା ସିଟିଜେନ୍‌ସ ଆଓ୍ୱାର୍ଡ ୨୦୧୯’ ପ୍ରଦାନ କରାଯାଇଛି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କୃଷି କ୍ଷେତ୍ରରେ ବିଜୟ ପାଠକ, ଶିକ୍ଷା କ୍ଷେତ୍ରରେ ପ୍ରଫେସର ମାଧବ ଚନ୍ଦ୍ର ଦାଶ ଏବଂ କଳା ଓ ସଂସ୍କୃତି କ୍ଷେତ୍ର ଲାଗି ମୋଗଲ ତାମସା ନିର୍ଦ୍ଦେଶକ ବାଦଲ ସିକଦାରଙ୍କୁ ‘ଓଡ଼ିଶା ସିଟିଜେନ୍‌ସ ଆଓ୍ୱାର୍ଡ ୨୦୧୯’ ପ୍ରଦାନ କରାଯାଇଛି। ସେହିଭଳି ସାମାଜିକ ସେବା ପାଇଁ ସୁଧୀର ରାଉତ, କ୍ରୀଡ଼ା କ୍ଷେତ୍ର ପାଇଁ ପ୍ରମୋଦ ଭଗତ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ହୃଦ୍‌ରୋଗ ବିଶେଷଜ୍ଞ ଡକ୍ଟର ଜେ.ପି ଦାଶ ସମ୍ମାନିତ ହୋଇଛନ୍ତି।

ରାଜନୀତି କ୍ଷେତ୍ର ପାଇଁ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ମନୋରଞ୍ଜନ ଲାଗି ଯାତ୍ରା ହାସ୍ୟାଭିନେତା ବ୍ରଜ ପାଣିଗ୍ରାହୀ ଓ ବ୍ୟବସାୟ କ୍ଷେତ୍ର ପାଇଁ ସଂଗ୍ରାମ କୁମାର ଦାଶଙ୍କୁ ପୁରସ୍କୃତ କରାଯାଇଛି।

ଚଳିତ ବର୍ଷ ଏହା ଥିଲା ‘ଓଡ଼ିଶା ସିଟିଜେନ୍‌ସ ଆଓ୍ୱାର୍ଡ ବା ଓସିଏର ଅଷ୍ଟମ ସଂସ୍କରଣ। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ଓ ଅନ୍‌ଲାଇନ୍ ଭୋଟିଂ ଜରିଆରେ ବିଜେତାଙ୍କୁ ଚୟନ କରାଯାଇଥିଲା। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶନିବାର ସନ୍ଧ୍ୟାରେ ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଟେଲିଭିଜନ ନେଟ୍‌ୱର୍କର କୋ ଫାଉଣ୍ଡର ତଥା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

ନିକଟରେ ଚର୍ଚ୍ଚାକୁ ଆସିଥିବା ଟିଟଲାଗଡ଼ର ଦିବ୍ୟାଙ୍ଗ ଛାତ୍ରୀ ରୋହିଣୀ ଛୁରା ଓ ବଲାଙ୍ଗିର ଧୁଡ଼ୁକି ବାଦକ ପବିତ୍ର ଦଣ୍ଡସେନା ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଥିଲେ।

‘ଓଡିଶା ସିଟିଜେନସ୍ ଆଓ୍ୱାର୍ଡ ୨୦୧୯’ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖରେ ସନ୍ଧ୍ୟା ସାଢ଼େ ୭ଟାରୁ ଆପଣମାନେ ‘ଓଟିଭି’ରେ ଦେଖି ପାରିବେ।



from Odisha Reporter https://ift.tt/2V8H6ZX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages