ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟା କେ. ତହିଲରମଣୀଙ୍କ ଇସ୍ତଫା ଗୃହୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 20, 2019

ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟା କେ. ତହିଲରମଣୀଙ୍କ ଇସ୍ତଫା ଗୃହୀତ

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ବିଜୟା କେ. ତହିଲରମଣୀଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ତାଙ୍କ ଇସ୍ତଫା ସେପ୍ଟେମ୍ୱର ୬ରୁ ଗ୍ରହଣ କରିଛନ୍ତି ବୋଲି ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି।

ନିକଟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ କଲେଜିୟମ ଦ୍ୱାରା ବିଜୟାଙ୍କ ବଦଳି ମେଘାଳୟ ହାଇକୋର୍ଟକୁ କରାଯାଇଥିଲା। ହେଲେ ବଦଳିରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିଲେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି।

ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଜୟା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ। ଗତବର୍ଷ ଅଗଷ୍ଟ ୮ରେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ୍ ବିଜୟା କେ. ତହିଲରମଣୀ ନିଯୁକ୍ତ ହୋଇଥିଲେ।

ବଦଳି ନେଇ ଜଷ୍ଟିସ୍ ବିଜୟାଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା। ଏହାପରେ ସେ ଅଗଷ୍ଟ ୨୮ରେ ପୁନର୍ବିଚାର ପାଇଁ କଲେଜିୟମଙ୍କୁ ନିବେଦନ କରିଥିଲେ। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ କଲେଜିୟମର ଅନ୍ୟ ସଦସ୍ୟମାନେ ହେଲେ ବିଚାରପତି ଜଷ୍ଟିସ୍ ଏସ.ଏ ବୋବଡେ, ଏନ୍.ବି. ରମନ୍ନା, ଅରୁଣ ମିଶ୍ର ଏବଂ ଆରଏଫ୍ ନରିମନ୍। କଲେଜିୟମ ଜଷ୍ଟିସ ତହିଲରମଣୀଙ୍କ ବଦଳିର ପୁନର୍ବିଚାର ନକରି ନିଷ୍ପତ୍ତିରେ କାଏମ ରହିଥିଲେ।

ଏବେ ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ୍ ଭି କୋଠରୀଙ୍କୁ ନିଯୁକ୍ତ କରାଯାଇଛି।



from Odisha Reporter https://ift.tt/34RKb54

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages