ବେଡ୍‌ରୁମ୍‌ରେ ଲଗାନ୍ତୁ ଏହିସବୁ ଫଟୋ: ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ମଧୁର ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 10, 2019

ବେଡ୍‌ରୁମ୍‌ରେ ଲଗାନ୍ତୁ ଏହିସବୁ ଫଟୋ: ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ମଧୁର ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦାମ୍ପତ୍ୟ ଜୀବନରେ  ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବେଳେ ବେଳେ ପରିସ୍ଥିତି ଏପରି ସୃଷ୍ଟି ହୁଏ ଯେ, ବିବାହ ଭାଙ୍ଗିବା ପରିସ୍ଥିତି ସୃଷ୍ଟି ହୁଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଥିବା କିଛି ବାସ୍ତୁ ଦୋଷ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ। ଆଜି ଆମେ ଆପଣଙ୍କୁ କିଛି ଫଟୋ ବିଷୟରେ କହିବୁ ଯାହାକୁ ଆପଣ ନିଜ ବେଡ୍‌ରୁମ୍‌ରେ ଲଗାଇଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦୂରତା କମିବ ଓ ଭଲପାଇବା ବଢ଼ିବ।

) ରାଧାକୃଷ୍ଣ ଫଟୋ- କୁହାଯାଏ, ବେଡ୍‌ରୁମ୍‌ରେ କୌଣସି ଠାକୁରଙ୍କ ଫଟୋ ଲଗାଇବା ଉଚିତ ନୁହେଁ। କିନ୍ତୁ କୌଣସି ଦମ୍ପତିଙ୍କ ମଧ୍ୟରେ ଯଦି ସବୁବେଳେ ଝଗଡ଼ା ଲାଗି ରହିଥାଏ, ତେବେ  ସେମାନେ ବେଡ୍‌ରୁମ୍‌ରେ ରାଧା-କୃଷ୍ଣଙ୍କ ଫଟୋ ଲଗାଇ ପାରିବେ। କାରଣ ରାଧା-କୃଷ୍ଣ ହେଉଛନ୍ତି ପ୍ରେମର ପ୍ରତୀକ। ତେଣୁ ଏହା ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆଣିଥାଏ। ହେଲେ ରାଧା-କୃଷ୍ଣଙ୍କ ସହିତ ଗୋପୀମାନଙ୍କ ଫଟୋ ଯେପରି ନ ରହେ, ସେଥିପ୍ରତି ଧ୍ୟାନ ରଖନ୍ତୁ।

୨) ମୟୁର ଓ ମୟୁରୀ-  ବେଡ୍‌ରୁମ୍‌ରେ ମୟୂର-ମୟୂରୀ ଫଟୋ ଲଗାଇରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅଯଥା ଝଗଡ଼ା ହୁଏ ନାହିଁ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହୁଏ। ମୟୂରକୁ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ବୋଲି କୁହାଯାଏ। କାରଣ ସେ ରାଧାଙ୍କୁ ପ୍ରସନ୍ନ କରିବା ପାଇଁ ମୟୂର ରୂପ ଧାରଣ କରିଥିଲେ।

୩) ହଂସ ଯୋଡ଼ା- ବେଡରୁମ୍‌ରେ ଦୁଇ ହଂସ ଯୋଡ଼ାର ଫଟୋ ରଖିଲେ ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହୁଏ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କେବେ ହେଲେ ଖରାପ ହୁଏ ନାହିଁ। ସେହିପରି ଆପଣ ଯଦି ଘରେ ଅଭାବ ଅନଟନ ଦୂର କରିବାକୁ ଚାହୁଁଛନ୍ତି ତେବେ ଘରର ହଲ୍‌ରେ ଏକ ବଡ଼ ଧଳା ହଂସର ଫଟୋ ଲଗାନ୍ତୁ।

୪) ଶୁଆ ଯୋଡ଼ି- ସ୍ୱାମୀସ୍ତ୍ରୀ ସମ୍ପର୍କରେ ପ୍ରେମ ବଢ଼ାଇବା ପାଇଁ ବେଡ୍‌ରୁମ୍‌ରେ ଦୁଇଟି ଶୁଆ ଏକାଠି ଥିବା ଫଟୋ ଲଗାନ୍ତୁ। ଶୁଆକୁ କାମଦେବଙ୍କ ପତ୍ନୀ ଦେବୀ ରତିଙ୍କ ପ୍ରତୀକ କୁହାଯାଏ। ଏହି ଫଟୋ ଲଗାଇବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ବିତିବା ସହିତ ସୌଭାଗ୍ୟ ପ୍ରାପ୍ତ ହୁଏ।

୫) ସ୍ୱାମୀସ୍ତ୍ରୀଙ୍କ ନିଜ ଫଟୋ- ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ସୁଧାର ଆଣିବାର ସବୁଠୁ ଭଲ ଉପାୟ ହେଉଛି ଉଭୟଙ୍କର ଏକାଠି ଏକ ହସୁଥିବା ଫଟୋ ବେଡ୍‌ରୁମ୍‌ରେ ଠିକ୍‌ ମୁଣ୍ଡ ଉପରକୁ ଲଗାନ୍ତୁ। ଏହା ଉପରେ ନଜର ପଡ଼ିଲେ ଆପଣଙ୍କ ମଧ୍ୟରେ ଥିବା ସମସ୍ତ ଦୂରତା କମିଯିବ ଓ ସମ୍ପର୍କ ଆହୁରି ନିବିଡ଼ ହେବ।



from Odisha Reporter https://ift.tt/34DGvUD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages