ଅକ୍ଟୋବର ୧ରୁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍ ବାଧ୍ୟତାମୂଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ଅକ୍ଟୋବର ୧ରୁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅକ୍ଟୋବର ୧ ତାରିଖରୁ ସବୁ ଗାଡ଼ି ପାଇଁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ। ଏହି ସାର୍ଟିଫିକେଟ୍ ‘VAHAN’ରେ ଅପ୍‌ଲୋଡ୍‌ ହୋଇଥିବା ଆବଶ୍ୟକ। ସେହିପରି କୌଣସି ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଅକ୍ଟୋବର ପହିଲାରୁ ମାନୁଆଲ୍ ସାର୍ଟିଫିକେଟ୍ ଜାରି କରିପାରିବେ ନାହିଁ। ତେବେ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଜାରି କରାଯାଇଥିବା ମାନୁଆଲ୍ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍‌ (ପିୟୁସି) ସାର୍ଟିଫିକେଟ୍‌ଗୁଡ଼ିକୁ ଗ୍ରହଣ କରାଯିବା। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏପରି ସୂଚନା ଦିଆଯାଇଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଗାଡ଼ି ମାଲିକମାନେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଛାଡ଼ ପାଇବେ। ଲୋକମାନେ mParivan APPରେ ସେମାନଙ୍କ ଅନ୍‌ଲାଇନ୍ ସାର୍ଟିଫିକେଟ୍ ଦେଖାଇବାର ସୁବିଧା ରହିବ। ସେମାନେ ହାର୍ଡକପି ଧରି ସବୁବେଳେ ବୁଲିବାର ଆବଶକତା ନାହିଁ।

ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ ଦୁଇ ଓ ତିନି ଚକିଆ ଯାନର ପଲ୍ୟୁସନ୍ ଟେଷ୍ଟିଂ ପାଇଁ ୬୦ ଟଙ୍କା ଓ ହାଲୁକା ୪ ଚକିଆ ଯାନ ପାଇଁ ଶହେ ଟଙ୍କା ଏବଂ ମଧ୍ୟମ ଓ ଭାରି ଯାନ ପାଇଁ ୧୫୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଥିବା କୁହାଯାଇଛି।



from Odisha Reporter https://ift.tt/2lcUVsP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages