ପୋର୍ଟେବୁଲ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିଶାଇଲର ସଫଳ ପରୀକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

ପୋର୍ଟେବୁଲ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିଶାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କୁର୍ନୁଲ୍‌ ଫାୟାରିଙ୍ଗ ରେଂଜରୁ ବୁଧବାର ମାନବ ବାହିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ (MPATGM) ବା ଟ୍ୟାଙ୍କ ପ୍ରତିରୋଧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆରଡିଓ) ତରଫରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାସ୍ତ୍ରକୁ ପ୍ରସ୍ତୁତ କରାଯାଇଛି।

ଏହା ତୃତୀୟ ସଫଳ ପରୀକ୍ଷଣ ଯାହା ଭାରତୀୟ ସେନାର ତୃତୀୟ ପିଢ଼ୀର ଟ୍ୟାଙ୍କ ପ୍ରତିରୋଧୀ କ୍ଷେପଣାସ୍ତ୍ରର ଆବଶ୍ୟକତା ପାଇଁ ବିକଶିତ କରାଯାଇଛି । ଏହା ଅତି ସହଜରେ  ଓ ଆକ୍ରମଣାତ୍ମକ ଭାବେ  ଲକ୍ଷ୍ୟ ଭେଦ କରିପାରିବ । ଏହି ମିସାଇଲ୍‌ ଆଟାକିଂ ମୋଡ୍‌ରେ ଏକ ଟ୍ୟାଙ୍କର ପ୍ରତିକୃତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା ।

କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମିଶାଇଲର ସଫଳ ପରୀକ୍ଷଣ ନିମନ୍ତେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠୁ ପାକିସ୍ତାନ ସହ ଭାରତର ସମ୍ପର୍କ ଅଧିକ ଖରାପ ହେବାକୁ ଲାଗିଥିଲା। ଏଥିଯୋଗୁ ସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ସମୟରେ ହିଁ ଏହି ମିଶାଇଲର ପରୀକ୍ଷଣ କରାଯାଇଥିଲା।



from Odisha Reporter https://ift.tt/32Bh3x1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages