ଆଜି ଓଡ଼ିଶା ଆସିବେ ଇସ୍ରୋର ମୁଖ୍ୟ କେ. ଶିବନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 20, 2019

ଆଜି ଓଡ଼ିଶା ଆସିବେ ଇସ୍ରୋର ମୁଖ୍ୟ କେ. ଶିବନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ ରକେଟ୍ ମ୍ୟାନ୍ କେ. ଶିବନ୍। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଆଜି ଭୁବନେଶ୍ୱର ଆସିବେ। ଭୁବନେଶ୍ୱରର IITର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଶିବନ୍। ଏନେଇ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟି ପରିସରରେ ସମସ୍ତ ପ୍ରସ୍ତୁତି ସରିଛି।

ଶିବନଙ୍କୁ ସ୍ୱାଗତ କରିବା ସହ ତାଙ୍କ ବକ୍ତବ୍ୟ ଶୁଣିବାକୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଚନ୍ଦ୍ରଯାନ ୨ ମିଶନ୍ ପରେ ପ୍ରଥମ ଥର ପାଇଁ ଶିବନ୍ ଭୁବନେଶ୍ୱର ଆସୁଛନ୍ତି। ତେଣୁ ଏହି ସମୟରେ ମିଶନରେ ତାଙ୍କ ଅଭିଜ୍ଞତା ଓ ଏହାସହ  ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ ସେ ଆଲୋକପାତ କରି ପାରନ୍ତି।

ଏହି ସମାବର୍ତ୍ତନ ଉତ୍ସବରେ ୩୨ ଜଣଙ୍କୁ ପିଏଚ୍‌ଡି, ୬୭ଙ୍କୁ ଏମ୍ଏସ୍‌ସି ଏବଂ ୧୦୫ ଜଣଙ୍କୁ ଏମ୍‌ଟେକ୍  ଡିଗ୍ରୀ ପ୍ରଦାନ କରାଯିବ। ଏନେଇ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର୍ ଆର୍.ଭି. ରାଜକୁମାର।



from Odisha Reporter https://ift.tt/2ABby5u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages