ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଧଳା ବାଘ ‘ଶୁଭ୍ରାଂଶୁ’ ଅସୁସ୍ଥ ହୋଇ ପଡ଼ିଛି । ବାଘ ସଫାରୀରେ ରହୁଥିବା ‘ଶୁଭ୍ରାଂଶୁ’ ଗତ କିଛିଦିନ ଧରି ଅସୁସ୍ଥ ଅଛି। ଫଳରେ ତା’ର ବିଭିନ୍ନ ପ୍ରକାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।
ରିପୋର୍ଟ ଆସିବା ପରେ ଅସୁସ୍ଥତାର କାରଣ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ‘ଶୁଭ୍ରାଂଶୁ’ ବର୍ତ୍ତମାନ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଛି ଓ ତାର ଚିକିତ୍ସା ଜାରି ରହିଛି ବୋଲି ଉପନିର୍ଦ୍ଦେଶକ କହିଛନ୍ତି।
from Odisha Reporter https://ift.tt/2lQkgcq
No comments:
Post a Comment