ସ୍ୱରାଙ୍କୁ ଭୁଲ୍ ମାଗିଲେ ବିଜେପି ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 4, 2019

ସ୍ୱରାଙ୍କୁ ଭୁଲ୍ ମାଗିଲେ ବିଜେପି ସାଂସଦ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ଟ୍ୱିଟର୍‌ରେ ଭାରି ସକ୍ରିୟ ରହନ୍ତି। ସେ ବିଭିନ୍ନ ସାମାଜିକ ଓ ରଜନୀତିକ ପ୍ରସଙ୍ଗରେ ଖୋଲାଖୋଲି ମତାମତ ଦିଅନ୍ତି। ଏଥିପାଇଁ ସେ ବିଭିନ୍ନ ସମୟରେ ଚର୍ଚ୍ଚାର ପରିସରକୁ ବି ଆସିଛନ୍ତି। ଏବେ ମଧ୍ୟ ସେମିତି କିଛି ଘଟିଛି। ଟ୍ୱିଟର୍‌ରେ ସେ ଏମିତି ଟ୍ୟୁସନ୍ କଲେ ଯେ ଶେଷରେ ଜଣେ ବିଜେପି ସାଂସଦଙ୍କୁ ଭୁଲ୍ ମାଗିବାକୁ ପଡ଼ିଛି। ଅବଶ୍ୟ ତାଙ୍କୁ ଅନ୍ୟ ଟ୍ୱିଟର୍ ବ୍ୟବହାରକାରୀ ବି ଖୁବ୍ ସମାଲୋଚନା କରିଥିଲେ। ଏହି ସାଂସଦଙ୍କ ନାଁ ଲଲ୍ଲୁ ସିଂହ।

ଏବେ ପୂରା ଘଟଣାଟି ଜାଣି ନିଅନ୍ତୁ। ଟ୍ୱିଟର୍‌ରେ ସ୍ୱରା ତାଙ୍କର ଏକ ଫଟୋ ପୋଷ୍ଟ୍ କରି ‘କହିଁ ଦୂର ଜବ୍ ଦିନ୍ ଢଲ୍ ଯାଏ’ ଲେଖିଥିଲେ। ଏହାକୁ ନେଇ ଜଣେ ବ୍ୟକ୍ତି ଅଶ୍ଳୀଳ ପ୍ରତିକ୍ରିୟା ଦେଇଥିଲେ। ଆଉ ବିଜେପି ସାଂସଦ ଲଲ୍ଲୁ ସିଂହ ଉକ୍ତ ଅଶ୍ଳୀଳ ପ୍ରତିକ୍ରିୟାକୁ ଲାଇକ୍ କରିଥିଲେ।

ଏହା ପରେ ସ୍ୱରା ଉକ୍ତ ଅଶ୍ଳୀଳ ପ୍ରତିକିୟା ଓ ଲଲ୍ଲୁ ସିଂହଙ୍କ ଲାଇକ୍‌ର ସ୍କ୍ରିନ୍‌ ଶଟ୍‌ ନେଇ ଆଉ ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ ଲେଖିଥିଲେ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ନଗରୀ ଅଯୋଧ୍ୟାର ସାଂସଦ ଲାଲୁ ସିଂହ, ଆପଣଙ୍କ ହ୍ୟାଣ୍ଡେଲ୍‌ ଗତ କାଲି ରାତିରେ ଏକ ଟ୍ୱିଟ୍‌କୁ ଲାଇକ୍ କରିଥିଲା। ଆପଣଙ୍କର ସେହି ଛୋଟ କାମଟି ସମାଜର ଏକ ବହୁତ ଗମ୍ଭୀର ସମସ୍ୟା ଓ ମାନସିକତାକୁ ପ୍ରଦର୍ଶିତ କରିଛି। ଦୟାକରି ମୋ ବାର୍ତ୍ତା ପଢ଼ିବାର କଷ୍ଟ କରନ୍ତୁ।”


ଏଥିରେ ସେ ପୋଷ୍ଟ୍ କରିଥିବା ଆଉ ଏକ ଫଟୋରେ ଲେଖିଥିଲେ,“ଆପଣ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ନଗରୀକୁ ଲୋକସଭାରେ ପ୍ରତିନିଧିତ୍ୱ କରୁଛନ୍ତି! ମହିଳାଙ୍କୁ ଅସଦାଚରଣ କରି ବଳାତ୍କାରୀର ମାନସିକତା ପ୍ରଦର୍ଶିତ କରୁଥିବା ତଥା ସାଇବର୍ ଯୌନ ଉତ୍ପୀଡ଼ନ କରୁଥିବା ଭଳି ଏକ ଖରାପ ଟ୍ୱିଟ୍‌କୁ ଆପଣ ଲାଇକ୍ କରି ଏଭଳି ଘୃଣ୍ୟ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି!

ଆପଣ ମୋ ବାପାଙ୍କ ବୟସର। ଦେଶର ସଂସଦର ଅଂଶ ମଧ୍ୟ। ଆପଣ ମହିଳାଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବା କଥା। ଆପଣ ରାମରାଜ୍ୟ ସଂସ୍କାରର ପ୍ରତୀକ ହେବା କଥା। ତା’ ବଦଳରେ ଆପଣ ବାରବୁଲା ଛତରାଙ୍କୁ ପ୍ରଶଂସା କରୁଛନ୍ତି। ଏହା ନା ଆପଣଙ୍କୁ ଶୋଭା ଦେଉଛି ନା ଆପଣଙ୍କ ପଦକୁ।”

ସ୍ୱରାଙ୍କ ଏହି ଟ୍ୱିଟ୍ ଖୁବ୍ ଭାଇରାଲ୍ ହେବା ପରେ ସାଂସଦ ଲଲ୍ଲୁ ସିଂହ କ୍ଷମା ମାଗିଥିଲେ। ସେ ଟ୍ୱିଟ୍‌ କରି ଲେଖିଥିଲେ, “ଭୁଲ୍‌ରେ ଏମିତି ହୋଇଯାଇଥିଲା। ଏଥିପାଇଁ ମୁଁ କ୍ଷମା ମାଗୁଛି। ମୋର ଏଭଳି କିଛି ଉଦ୍ଦେଶ୍ୟ ନାହିଁ କି କାହାର ଭାବନାକୁ ଆଘାତ ପହଞ୍ଚାଇବାକୁ ଚାହୁଁ ନଥିଲି। ଆପଣ ମୋର ସାମାଜିକ ଓ ବ୍ୟକ୍ତିଗତ ଜୀବନ ବିଷୟରେ ନିଜେ ଖବର ନେଇ ପାରିବେ।”

ଲଲ୍ଲୁ ସିଂହ କ୍ଷମା ମାଗିବା ପରେ ସ୍ୱରା ଏ ମାମଲାକୁ ଆଉ ଅଧିକ ଟାଣି ନଥିଲେ। ସାଂସଦ ସ୍ପଷ୍ଟୀକରଣ ଦେଇଥିବା ଯୋଗୁ ସେ ତାଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଦେଇଥିଲେ।



from Odisha Reporter https://ift.tt/2ZvhWKo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages