ମ୍ୟାଲେସିୟାକୁ ଜାକିର ନାଏକ ମାଗିନି ଭାରତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ମ୍ୟାଲେସିୟାକୁ ଜାକିର ନାଏକ ମାଗିନି ଭାରତ!

ନୂଆଦିଲ୍ଲୀ: ବିବାଦୀୟ ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକ ମ୍ୟାଲେସିୟାରେ ଆଶ୍ରୟ ନେଇଛି। ଭାରତରେ ପଳାତକ ଘୋଷିତ ଜାକିର ନାଏକକୁ ଭାରତ ଫେରାଇ ଆଣିବା ପାଇଁ ମୋଦି ସରକାର କାର୍ଯ୍ୟ କରୁଥିବା ଦାବି କରୁଛନ୍ତି। ହେଲେ ବାସ୍ତବରେ ଏହା ମିଛ ବୋଲି ଖୋଦ୍‌ ମ୍ୟାଲେସିୟା ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କହିଛନ୍ତି।

ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମ୍ୟାଲେସିୟା ପ୍ରତିପକ୍ଷ ମହମ୍ମଦ ରୁଷ ଠାରେ ଆୟୋଜିତ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ମୋଦି କୁଆଡ଼େ ଜାକିର ନାଏକର ପ୍ରତ୍ୟର୍ପଣ ପ୍ରସଙ୍ଗରେ ମହମ୍ମଦଙ୍କ ସହ କଥା ହୋଇଥିଲେ।

ମହମ୍ମଦ ମଧ୍ୟ ଜାକିରକୁ ଭାରତ ପଠାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ହେଲେ ଏବେ ମହମ୍ମଦ ଏହା ମିଛ ଥିଲା ବୋଲି କହିଛନ୍ତି।

ମ୍ୟାଲେସିୟାର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ଭାରତ ସରକାର ଜାକିର ନାଏକୁ ନେବା ପାଇଁ ଯେଉଁ କଥା କହୁଛନ୍ତି, ଏଥିରେ ସତ୍ୟତା ନାହିଁ। କୌଣସି ବି ରାଷ୍ଟ୍ର ଜାକିରକୁ ନେବାକୁ ଚାହୁଁନାହାନ୍ତି। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲି। ହେଲେ ସେ ଏ ବିଷୟରେ ମୋତେ କିଛି ବି କହିନାହାନ୍ତି। କାରଣ ଜାକିର ନାଏକ ଭାରତ ପାଇଁ ସମସ୍ୟା ସୃଷ୍ଟି କରିବାର ମଧ୍ୟ ଆଶଙ୍କା ରହିଛି। ଆମେ ଜାକିର ନାଏକକୁ ମ୍ୟାଲେସିୟାରୁ ବିତାଡ଼ିତ କରିବାକୁ ଚାହୁଁଛୁ। ହେଲେ କେଉଁ ରାଷ୍ଟ୍ର ତା’କୁ ନେବ, ସେକଥା ଆମେ ଭାବୁଛୁ।”

୨୦୧୬ରେ ଜାକିର ନାଏକ ଭାରତରୁ ଫେରାର ହୋଇ ମ୍ୟାଲେସିୟାରେ ରହୁଛି। ମ୍ୟାଲେସିୟାର ପୂର୍ବତନ ସରକାର ଜାକିର ନାଏକକୁ ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରିଥିଲେ।

୫୩ ବର୍ଷୀୟ ଜାକିର ନାଏକ ହେଉଛି ଜଣେ ମୌଳବାଦୀ ଚିନ୍ତାଧାରାର ପ୍ରଚାରକ। ଟିଭରେ ସେ ଇସ୍‌ଲାମ ଧର୍ମ ସମ୍ପର୍କରେ ଭାଷଣ ଦେଇଥାଏ। ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ସେ ନିନ୍ଦା ନକରି ତାହା ଭାରତର ଆଭ୍ୟନ୍ତରୀଣ ବିଫଳତା ବୋଲି କହି ବିବାଦ ସୃଷ୍ଟି କରିଥିଲା।

ଏହି ବିବାଦୀୟ ମନ୍ତବ୍ୟ ପାଇଁ ଭାରତରେ ମଧ୍ୟ ତାକୁ ବ୍ୟାନ କରାଯାଇଥିଲା। ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଓ ମନିଲଣ୍ଡରିଂରେ ସେ ସାମିଲ ଥିବା ମଧ୍ୟ ଜଣାପଡ଼ିଛି। ଏହିସବୁ ଘଟଣାରେ ଭାରତର ତଦନ୍ତକାରୀ ସଂସ୍ଥା ତା’କୁ ଖୋଜିବା ଆରମ୍ଭ କରିଥିଲେ।

କିନ୍ତୁ ୨୦୧୬ରେ ସେ ଭାରତରୁ ଫେରାର ହୋଇ ମ୍ୟାଲେସିୟା ଚାଲି ଯାଇଥିଲା। ସେଠାରେ ମଧ୍ୟ ଜାକିର ଧର୍ମକୁ ନେଇ ବିବାଦୀୟ ବୟାନ ଦେବା ଆରମ୍ଭ କରିଥିଲା। ଏଥିପାଇଁ ମ୍ୟାଲେସିୟା ସରକାର ତା’ ଉପରେ କଟକଣା ଲଗାଇଛନ୍ତି।



from Odisha Reporter https://ift.tt/31tFMTV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages