କ୍ୟାଟ୍ରିନ୍‌ଙ୍କ ନୂଆ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 20, 2019

କ୍ୟାଟ୍ରିନ୍‌ଙ୍କ ନୂଆ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ: ରଣବୀର କପୁର ଓ କ୍ୟାଟ୍ରିନା କୈଫ୍‌ଙ୍କ ବ୍ରେକ୍‌ଅପ୍‌କୁ ଅଢ଼େଇ ବର୍ଷରୁ ଅଧିକ ସମୟ ବିତି ଗଲାଣି। ୟା ମଧ୍ୟରେ ରଣବୀର ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ହିରୋଇନ୍ ଆଲିଆ ଭଟ୍ଟଙ୍କ ପ୍ରେମରେ ପଡ଼ିସାରିଲେଣି। ଏମିତି କି ଏ ବର୍ଷ ଶେଷ ଆଡ଼କୁ ଅବା ଆସନ୍ତା ବର୍ଷ ପ୍ରାରମ୍ଭରେ ଦୁହେଁ ବାହା ହେବେ ବୋଲି ମଧ୍ୟ ଖବର ଆସୁଛି। କିନ୍ତୁ ରଣବୀରଙ୍କଠାରୁ ଅଲଗା ହେବା ପରେ କ୍ୟାଟ୍ରିନା ଏକା ଅଛନ୍ତି। ହେଲେ ଏବେ ତାଙ୍କୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କୁହାଯାଉଛି, କ୍ୟାଟ୍ରିନା ଆଉ ଏକା ନାହାନ୍ତି। ତାଙ୍କୁ ନୂଆ ପୁରୁଷ ବନ୍ଧୁ ମିଳି ଯାଇଛନ୍ତି। ଆଉ ସେ ବି ବଲିଉଡ୍‌ର। ଜାଣିଛନ୍ତି, ସେ କିଏ? ସେ ହେଉଛନ୍ତି ‘ଉରି- ଦ ସର୍ଜିକାଲ୍ ଷ୍ଟ୍ରାଇକ୍‌’ ଫେମ୍ ଭିକି କୌଶଲ୍‌।

ଥରେ କରଣ ଜୋହରଙ୍କ ଟକ୍ ଶୋ’ ‘କଫି ୱିଥ୍‌ କରଣ’ରେ ଭିକିଙ୍କ ସହ କାମ କରିବାକୁ ଇଚ୍ଛା ଜାହିର କରିଥିଲେ କ୍ୟାଟ୍ରିନା। ଆଉ ସେହିଦିନଠାରୁ ଦୁହିଁଙ୍କୁ ନେଇ ଆଲୋଚନା ହେଉଥିଲା।  ଗତ କିଛି ଦିନ ତଳେ ଏକ ପୁରସ୍କାର ବିତରଣ ଉତ୍ସବରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ତେବେ ‘ଦ ଜୋୟା ଫ୍ୟାକ୍ଟର’ର ସ୍ପେଶାଲ୍ ସ୍କ୍ରିନିଂରେ ଦୁହିଁଙ୍କୁ ଏକାଠି ଦେଖାଯିବା ପରେ ଚର୍ଚ୍ଚା ଜୋର ଧରିଛି। ଶୋ’ ଶେଷ ହେବା ପରେ ଦୁହେଁ ସାଙ୍ଗ ହୋଇ ବାହାରି ଥିଲେ ଓ ଉପସ୍ଥିତ ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଖବର ମିଳିଛି ଯେ, ଦୁହିଁଙ୍କ ମଧ୍ୟରେ ସଂପର୍କ ବଢ଼ି ଯାଇଛି ଓ ସେମାନେ ଏବେ ପରସ୍ପରକୁ ଡେଟ୍ କରୁଛନ୍ତି। ଏମିତି କି ଭିକି ତାଙ୍କୁ ଘରୁ ନେଇ ଶୁଟିଂ ସେଟ୍‌ରେ ଛାଡ଼ୁଛନ୍ତି ଓ ଶୁଟିଂ ସରିବା ପରେ ଆଣି ଘରେ ମଧ୍ୟ ଛାଡୁଛନ୍ତି।

ସୂଚନାଯୋଗ୍ୟ, ଭିକି ପ୍ରଥମେ ଅଭିନେତ୍ରୀ ହରଲୀନ୍ ସେଠୀଙ୍କୁ ଡେଟ୍ କରୁଥିଲେ। ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍ ହୋଇଯାଇଥିଲା।

ରୋହିତ୍ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସୁର୍ଯ୍ୟବଂଶୀ’ରେ କ୍ୟାଟ୍ରିନ୍‌ ଅଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ଅକ୍ଷୟ କୁମାର ଅଭିନୟ କରୁଛନ୍ତି। ଏବେ ଏହାର ଶୁଟିଂ ଚାଲିଛି। ଏହା ଆସନ୍ତା ବର୍ଷ ମାର୍ଚ୍ଚରେ ରିଲିଜ୍ ହେବ। ସେହିପରି ଭିକିଙ୍କ ହାତରେ ମଧ୍ୟ ବହୁତ ଫିଲ୍ମ ଅଛି।



from Odisha Reporter https://ift.tt/2Qh6Zbh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages