ବିପଦ ସଙ୍କେତ ଟପିଲା ଜଳକା, ବନ୍ୟା ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 25, 2019

ବିପଦ ସଙ୍କେତ ଟପିଲା ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାରେ ତିନି ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଙ୍କେତ ଟପିଛି। ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଡ଼ା ଓ ଚିତ୍ରଡ଼ା ଅଞ୍ଚଳରେ ୩ ଦିନ ଧରି ବର୍ଷା ହେବା ଯୋଗୁ ଜଳକା ନଦୀର ଜଳସ୍ତର ବଢୁଛି।

ମଥାନିଠାରେ ବିପଦ ସଙ୍କେତ ୫.୫୦ମିଟର ଥିବା ବେଳେ ବର୍ତ୍ତମାନ ୫.୯୦ ମିଟରରେ ଜଳ ପ୍ରବାହିତ ହେଉଛି। ଫଳରେ ବସ୍ତା ଓ ବାଲେଶ୍ୱର ସଦର ବ୍ଲକରେ ବନ୍ୟା ହେବାର ଆଶଙ୍କା ରହିଛି।

ସହରର ଗୁଡ଼ିପଦା ସମେତ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ପ୍ରାୟ ୧୦୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ତଳିଆ ଅଞ୍ଚଳ ଜଳାର୍ଣ୍ଣବ ଯୋଗୁ ସାଧାରଣ ଜୀବନ ଯାତ୍ରା ଠପ୍ ହୋଇଯାଇଛି।



from Odisha Reporter https://ift.tt/2lBDKkX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages