ସାପ ସହ ଖେଳ ପଡ଼ିଲା ମହଙ୍ଗା, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ସାପ ସହ ଖେଳ ପଡ଼ିଲା ମହଙ୍ଗା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଗୋଟିଏ ଲୋମଟାଙ୍କୁରା ଭିଡିଓ ଭାଇରାଲ୍‌ ହେଉଛି। ଯେଉଁ ଭିଡିଓରୁ ଦେଖିଲେ ଯେ କେହି ବି ଭୟ କରିବେ।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି କ୍ୟାମେରା ସାମ୍ନାରେ ସାପ ସହିତ ଖେଳୁଥିଲେ। ଖେଳୁ ଖେଳୁ ସାପଟି ତାଙ୍କୁ କାମୁଡ଼ି ଧରିଥିବା ଦେଖିବାକୁ ମିଳିଛି।

ଭିଡିଓରେ ଦେଖାଯାଇଛି ପ୍ରଥମେ ବ୍ୟକ୍ତି ଜଣକ ସାପଟିକୁ ଉସୁକାଇବା ପାଇଁ ଚେଷ୍ଟା କରିଛନ୍ତି। ବାରମ୍ୱାର ଏପରି କରିବା ଦ୍ୱାରା ସାପଟି ଫଣା ଟେକି କାମୁଡ଼ିବା ପାଇଁ ଚେଷ୍ଟା କରିବା ପରେ ମଉକା ଦେଖି ମୁଣ୍ଡକୁ କାମୁଡ଼ି ଧରିଛି।

ଭିଡିଓଟିକୁ Reptile Hunter ଫେସବୁକ୍‌ ପେଜ୍‌ରେ ଶେଆର୍‌ କରାଯାଇଛି। ଫେସବୁକରେ ଏହି ଭିଡିଓଟିକୁ ଖୁବ୍‌ ଶେଆର୍‌ କରାଯାଉଛି। ଯେପରି ଭାବରେ ସାପଟି ସେହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଛି, ଏହାକୁ ଦେଖିଲେ ଆପଣ ବି ଭୟ କରିବେ। ମୁଣ୍ଡକୁ କାମୁଡ଼ି ଧରିବା ପରେ ସାପଟିକୁ ଟାଣି ବାହାର କରିବାରେ ମଧ୍ୟ ବ୍ୟକ୍ତି ଜଣକ ଅସଫଳ ହୋଇଛନ୍ତି।

୧୯ ସେଫ୍ଟେମ୍ୱରରେ ଭିଡିଓଟିକୁ ଶେଆର୍‌ କରାଯାଇଥିଲା। ଏପର୍ଯ୍ୟନ୍ତ ଏହାକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଏପରିକି ଭିଡିଓକୁ ୩ ହଜାର ପ୍ରତିକ୍ରିୟା ମିଳିବା ସହିତ ୪ ହଜାରରୁ ଅଧିକ ଶେଆର୍‌ କରାଯାଇଛି।

ଜଣେ ୟୁଜର୍‌ ଲେଖିଛନ୍ତି, ‘ସାପକୁ ହଇରାଣ କଲେ ସେ ପ୍ରତିଶୋଧ ନେବ..ଏହି ବ୍ୟକ୍ତିଙ୍କ ସହିତ ଭଲ ହୋଇଛି।’ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଆପଣଙ୍କ ସହିତ ଭଲ ହୋଇଛି। ଆଶା ଅଛି, ଯନ୍ତ୍ରଣା ମଧ୍ୟ ହୋଇଥିବ।’

 

(ହୃଦ୍‌ଘାତ ସମ୍ୱନ୍ଧୀୟ ସମସ୍ୟା ଥିବା ବ୍ୟକ୍ତି ଏହି ଭିଡିଓକୁ ଦେଖନ୍ତୁ ନାହିଁ। )



from Odisha Reporter https://ift.tt/2Og52Jv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages