କଂଗ୍ରେସ ନେତା ଶିବକୁମାରଙ୍କ ଗିରଫଦାରୀକୁ ବିରୋଧ, ଅଶାନ୍ତ ବେଙ୍ଗାଲୁରୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 3, 2019

କଂଗ୍ରେସ ନେତା ଶିବକୁମାରଙ୍କ ଗିରଫଦାରୀକୁ ବିରୋଧ, ଅଶାନ୍ତ ବେଙ୍ଗାଲୁରୁ

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର କନକପୁରା ବିଧାୟକ ତଥା ସଙ୍କୋଟମୋଚକ କୁହାଯାଉଥିବା ଡି.କେ. ଶିବକୁମାରଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି ତାଙ୍କ ସମର୍ଥକ ଓ ଦଳୀୟ କର୍ମୀ। ଗତକାଲି ରାତିରେ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡି.କେ. ଶିବକୁମାରଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କ ସମର୍ଥକମାନେ ବେଙ୍ଗାଲରୁରୁ ରାମନଗରରେ ୨ଟି ବସକୁ ପୋଡ଼ି ଦେଇଥିବା ବେଳେ ଅନ୍ୟ କିଛି ବସ୍ ଉପରକୁ ଢେଲା ପଥର ଫିଙ୍ଗି ଭଙ୍ଗାରୁଜା କରିଛନ୍ତି। ଏବେ ରାମନଗରରୁ କନକପୁରା ଏବଂ ବେଙ୍ଗାଲୁରୁରୁ ମହୀଶୂର ବସ୍ ସେବା ବନ୍ଦ ରହିଛି। କର୍ଣ୍ଣାଟକା ଷ୍ଟେଟ୍ ରୋଡ୍ ଟ୍ରାନସପୋର୍ଟ କର୍ପୋରେସନ (କେଏସଆରଟିସି) ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି। ଏଥିହିତ ଆଜି ରାମନଗରରେ ସମସ୍ତ ସ୍କୁଲ-କଲେଜ ବନ୍ଦ ରହିଛି।

କଂଗ୍ରେସ କର୍ମୀମାନେ ଏକାଠି ହୋଇ ଆଜି ଶିବକୁମାରଙ୍କ ଗିରଫଦାରୀକୁ ବିରୋଧ କରିବାର ସୂଚନା ରହିଛି। ତେଣୁ ରାପିଡ୍ ଆକ୍ସନ ଫୋର୍ସ (ଆରପିଏଫ) ଟିମ୍ ସାଙ୍ଗକୁ ବ୍ୟାପକ ପୁଲିସ ରାମପୁର ସମେତ ବିଭିନ୍ନ ଅଞ୍ଚଳରେ ମୁତୟନ ହୋଇଛନ୍ତି।

ଗତକାଲି ଶିବକୁମାର ଗିରଫ ହେବା ପରେ ଆଜି ସକାଳେ ଶିବକୁମାରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମେଡିକାଲ ରିପୋର୍ଟରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଏହାପରେ ଆଜି କୋର୍ଟରେ ଶିବକୁମାରଙ୍କୁ ଇଡି ହାଜର କରିବା ପରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ ଯେ, ଇଡି ଗତ ବର୍ଷ ସେପ୍ଟେମ୍ବରରେ ହିଁ ମାମଲା ରୁଜୁ କରିଥିଲା। ଟିକସ ଫାଙ୍କି ଏବଂ ହାୱଲା ଅଭିଯୋଗ ଆଣି ଆୟକର ବିଭାଗ ଦାଖଲ କରିଥିବା ଏକ ଚାର୍ଜଶିଟ୍‌ ଆଧାରରେ ଏହି ମାମଲା ଚାଲିଛି।

ଗତ ୪ ଦିନ ହେବ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ଡି.କେ. ଶିବକୁମାର ପଚରାଉଚରା ପାଇଁ ହାଜର ହେଉଥିଲେ। ଏହାପରେ ମଙ୍ଗଳବାର ସଂଧ୍ୟାରେ ଶିବକୁମାରଙ୍କୁ ଇଡି ଗିରଫ କରିଛି। ଗିରଫଦାରୀ ପରେ ଟୁଇଟ୍ କରି ବିଜେପିକୁ ଧନ୍ୟବାଦ ଦେଇଛନ୍ତି। ତାଙ୍କ ବିରୋଧରେ ଆଇଟି ଏବଂ ଇଡି ଯେଉଁ ଅଭିଯୋଗ ଆଣିଛି ତାହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଡିକେ ଶିବକୁମାର କହିଛନ୍ତି।



from Odisha Reporter https://ift.tt/2Lh9ANO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages