ମହିଳାଙ୍କୁ ବ୍ଲାକମେଲିଂ କରି ଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 7, 2019

ମହିଳାଙ୍କୁ ବ୍ଲାକମେଲିଂ କରି ଦୁଷ୍କର୍ମ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ଏକ ଧୂପକାଠି କମ୍ପାନୀରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ମାଲିକଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ଆସିଛି। ଥରେ କେହି ନ ଥିବା ସୁଯୋଗରେ ମାଲିକଜଣକ ଉକ୍ତ କର୍ମଚାରୀଙ୍କୁ ବଳାତ୍କାର କରିଥିଲେ।  ସେ ଏହାର ଫଟୋ ଉଠାଇବା ସହ ଭିଡିଓ ମଧ୍ୟ କରି ଦେଇଥିଲେ। ଏହାପରେ ଏହାକୁ ପ୍ରଘଟ କରାଇ ଦେବାର ଭୟ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହା ଅସହ୍ୟ ହେବାରୁ ସମ୍ପୃକ୍ତା ମହିଳାଜଣଙ୍କ ଥାନାର ଦ୍ୱାରସ୍ତ ହୋଇଛନ୍ତି।

ଛେଣ୍ଡ୍ କଲୋନୀ ନିକଟରେ ଥିବା ଏକ ଧୂପକାଠି ପ୍ରସ୍ତୁତ କମ୍ପାନୀ ମାଲିକଙ୍କ ନାଁରେ ଆସିଛି ଏହି ଅଭିଯୋଗ। କମ୍ପାନୀର ଜଣେ    ମହିଳା କର୍ମଚାରୀଙ୍କୁ ଉକ୍ତ କମ୍ପାନୀ ମାଲିକ ବାରମ୍ବାର ଦୁଷ୍କର୍ମ କରିବା, ଅଶ୍ଳୀଳ ଫଟୋ , ଭିଡିଓ ଉଠାଇ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ବ୍ଲାକମେଲିଂ କରିବା ନେଇ ସମ୍ପୃକ୍ତ ମହିଳା ରଘୁନାଥପାଲ୍ଲୀ ଥାନାରେ ଗତକାଲି ରାତିରେ ଅଭିଯୋଗ କରିଛନ୍ତି।

ଏନେଇ ପୁଲିସ ଦୁଷ୍କର୍ମ , ବ୍ଲକମେଲିଙ୍ଗ ଏବଂ ଆଇଟି ଆକ୍ଟ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଛି। କମ୍ପାନୀ ମାଲିକ ଫେରାର ଅଛନ୍ତି।



from Odisha Reporter https://ift.tt/2ZWuMNh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages