ଆଜି ଜାତିସଂଘ ସାଧାରଣ ପରିଷଦରେ ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

ଆଜି ଜାତିସଂଘ ସାଧାରଣ ପରିଷଦରେ ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍

ନ୍ୟୁୟର୍କ: ଆଜି ଜାତିସଂଘ ସାଧାରଣ ପରିଷଦରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ଭାରତୀୟ ସମୟ ଅନୁସାରେ ରାତି ୮ଟା ୧୫ ମିନିଟରେ ମୁହାଁମୁହିଁ ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। କଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ବାରମ୍ୱାର ଅନେକ ମନ୍ତବ୍ୟ ଦେଉଥିବା ବେଳେ ଭାରତ ମଧ୍ୟ ବିଭିନ୍ନ ମଞ୍ଚରେ କଡ଼ା ଜବାବ ଦେଉଛି। ଯାହାକି ପାକିସ୍ତାନକୁ ନିରାଶ କରିଛି। ତେବେ ଆଜି ପ୍ରଥମ ଥର ପାଇଁ ଗୋଟିଏ ବୈଠକରେ ମୋଦି-ଇମ୍ରାନ୍ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଯାହାକୁ ଦୁଇ ଦେଶର ଲୋକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଦେଖିବା ପାଇଁ।

ଏହି ସମୟରେ ପ୍ରତ୍ୟେକ ବକ୍ତା ୧୫ ମିନିଟ୍ ଲେଖାଏଁ କହିବାକୁ ସୁଯୋଗ ପାଇବେ। ବିଭିନ୍ନ ସମୟରେ କିନ୍ତୁ ବକ୍ତା ମାନେ ନିର୍ଦ୍ଧାରିତ ସମୟରୁ କମ୍ ବେଶୀ ସମୟ ନିଜର ଅଭିଭାଷଣ ରଖନ୍ତି। ତେଣୁ ମୋଦିଙ୍କ ଅଭିଭାଷଣରେ ଆଗ ପଛ ହୋଇପାରେ। ଇମ୍ରାନ୍ ଖାନ୍ କଶ୍ମୀର ପ୍ରସଙ୍ଗରେ ଜାତିସଂଘରେ ଉଦବୋଧନ ଦେବେ ବୋଲି ଜଣାପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନର ନା ନନେଇ ଆତଙ୍କବାଦ ବିରୋଧରେ ନିଜର ମତ ରଖିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବା ବେଳେ ଅନେକ ଦେଶ ପାଖରେ ଏହାକୁ ପାକିସ୍ତାନ ପ୍ରସଙ୍ଗ କରି ବିଫଳତାର ସ୍ୱାଦ ଚାଖି ସାରିଛି। ଏମିତିକି ଗତ ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଇମ୍ରାନ୍ କହି ସାରିଛନ୍ତି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ବିଫଳ ହୋଇସାରିଛି। ତେଣୁ ସବୁଆଡ଼ୁ ନିରାଶ ହେବା ପରେ ଏବେ ଇମ୍ରାନ୍ ଖାନ୍ ଆଜି ଜାତିସଂଘରେ କଣ ବାର୍ତ୍ତା ଦେଉଛନ୍ତି ତାହାକୁ ଉଭୟ ଦେଶର ଜନତା ଅପେକ୍ଷା କରିଛନ୍ତି।

ଗତକାଲି ସାର୍କ ଦେଶର ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେଶୀ କଶ୍ମୀର ପ୍ରସଙ୍ଗରେ ନିଜର ମତ ରଖିଥିଲେ। ଏହାପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ନିଜର ମତ ରଖୁଥିବା ବେଳେ ସେ ସେହି ସ୍ଥାନ ଛାଡ଼ି ପଳାଇଥିଲେ।



from Odisha Reporter https://ift.tt/2n8G8Qo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages