କ୍ଲିନଚିଟ୍ ମିଳିବା ପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 7, 2019

କ୍ଲିନଚିଟ୍ ମିଳିବା ପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ

ପୁରୀ(ମଧୁସୂଦନ ମିଶ୍ର): କିଛି ଦିନର ନୀରବତା ପରେ ଆଜି ପୁଣି ଐତିହ୍ୟ ସହର ପୁରୀରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ପ୍ରଶାସନ ସହ ସାଧୁ ସନ୍ଥ ଓ ମଠ ମହନ୍ତଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜିବାରୁ ଉଚ୍ଛେଦ କାର୍ଯ୍ୟ କିଛି ଦିନ ଧରି ସ୍ଥଗିତ ରହିଥିଲା।

ଗତକାଲି ସ୍ଥିତି ଅନୁଧ୍ୟାନ କରିବାକୁ ପୁରୀ ଗସ୍ତରେ ଆସିଥିବା ଆମିକସ୍‌କ୍ୟୁରି ରଞ୍ଜିତ କୁମାର ଉଚ୍ଛେଦ ନିମନ୍ତେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ କ୍ଲିନଚିଟ୍‌ ଦେଇଥିଲେ। ଏହାପରେ ଆଜି ଆକ୍ସନ ମୁଡ଼ରେ ଜିଲ୍ଲା ପ୍ରଶାସନ। ରବିବାର ହୋଇଥିବା ସତ୍ତ୍ୱେ ଆଜି ସକାଳୁ  ମାଜିଷ୍ଟ୍ରେଟ୍ ଓ ୩୦ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ବଡ଼ ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଯାଇଛି। 

ପ୍ରଥମେ ଲଙ୍ଗୁଳି ମଠ ପଟରୁ ପ୍ରଶାସନ ଉଚ୍ଛେଦ କରୁଛି। ମଠ ପରିସରରେ ଥିବା ୩୭ଟି ଦୋକାନ ଘର ଭଙ୍ଗାଯାଉଛି। ତେବେ ମଠରେ ଥିବା ବିଜେସ୍ଥଳି, ଗାଦିସ୍ଥଳି, ରୋଷଘର ଓ ହନୁମାନ ମନ୍ଦିର ଉଚ୍ଛେଦ ହେବନି ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଗତକାଲି ପୁରୀ ଗସ୍ତରେ ଆସିଥିବା ଆମିକସ୍‌କ୍ୟୁରି ରଞ୍ଜିତ କୁମାର ସ୍ଥିତି ଅନୁଧ୍ୟାନ କରିବା ପରେ  ସମସ୍ତଙ୍କ ସହମତିରେ ଉଚ୍ଛେଦ ହେଉଛି ବୋଲି ଗଣମାଧ୍ୟମକୁ କହିଥିଲେ । ଏହାଦ୍ୱାରା ସ୍ଥାନୀୟ ବାସିନ୍ଦା, ସେବାୟତ ସମସ୍ତଙ୍କର ମଙ୍ଗଳ ହେବ। ସରକାରଙ୍କ ନିଷ୍ପତ୍ତି ଠିକ୍, ରୋକାଯିବା ଅନୁଚିତ।

ଏପରି ସୁନ୍ଦର ପରିକଳ୍ପନା ବାସ୍ତବ ରୂପ ନେଲେ ଶ୍ରୀକ୍ଷେତ୍ରକୁ ଆହୁରି ଅଧିକ ସଂଖ୍ୟକ ଭକ୍ତଙ୍କର ଆଗମନ ହେବ ବୋଲି ସେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇଥିଲେ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ ପ୍ରସଙ୍ଗରେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଆମିକସ୍‌କ୍ୟୁରି କ୍ଲିନଚିଟ୍ ଦେଇଥିଲେ ।

 



from Odisha Reporter https://ift.tt/2LxAKij

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages