କଟକ(ଓଡ଼ିଶା ରିପୋର୍ଟର): ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ୪ଟି ଦାବି ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି।
କଟକର ଗଳି କନ୍ଦିରେ ଖାଲଖମା ରାସ୍ତାର ଶୀଘ୍ର ମରାମତି, ମୋଟର ଯାନ ଆଇନ ଲାଗୁ ପାଇଁ କାଗଜପତ୍ର ପ୍ରସ୍ତୁତି ସୀମା ୬ ମାସ ବୃଦ୍ଧି, ଉଠା ଦୋକାନୀଙ୍କୁ ତୁରନ୍ତ ଥଇଥାନ ସହ ସରକାରୀ ଅଫିସ୍ କଟକରୁ ଭୁବନେଶ୍ୱର ସ୍ଥାନାନ୍ତରକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।
ଆଜି ସକାଳେ ଆନ୍ଦୋଳନକାରୀମାନେ ବନ୍ଦ ପାଳନ କରୁଥିବା ବେଳେ ପୁଲିସ୍ ସେମାନଙ୍କୁ ଉଠାଇ ନେଇଛି। ବନ୍ଦ ପ୍ରଭାବ କଟକରେ ବିଶେଷ ଅନୁଭୂତ ହୋଇନାହିଁ। ଯାନବାହନ ଚଳାଚଳ ସ୍ୱାଭାବିକ ଖୋଲାଥିବା ବେଳେ ଦୋକାନବଜାର ମଧ୍ୟ ଖୋଲା ରହିଛି।
from Odisha Reporter https://ift.tt/2IckBxW
No comments:
Post a Comment