ଆଜି ନୂଆଁଖାଇ: ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ଆଜି ନୂଆଁଖାଇ: ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ

ସମ୍ୱଲପୁର(ସଞ୍ଜୟ ଜେନା): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏଥିପାଇଁ ଇଷ୍ଟଦେବୀଙ୍କ ମନ୍ଦିର ଓ ଘରେ ଘରେ ପ୍ରସ୍ତୁତି ହୋଇଛି। ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ନିକଟରେ ଆଜି ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି।ତେଣେ ନୂଆଁଖାଇ ପାଇଁ ଘରେ ଘରେ ପ୍ରସ୍ତୁତି ଶେଷ ହେଲାଣି। ବାହାରେ ରହୁଥିବା ସଦସ୍ୟ ଏକାଠି ନୂଆଁଖାଇବା ପାଇଁ ଘରେ ପହଞ୍ଚିସାରିଲେଣି।  ନବାନ୍ନ ଲାଗି ପାଇଁ ଆବଶ୍ୟକ ସାମଗ୍ରୀ କିଣିବାକୁ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା । ନୂଆଁଖାଇ ସାମଗ୍ରୀ ବିକ୍ରି ପାଇଁ ବିଭିନ୍ନ ସ୍ଥାନରେ ବସିଥିଲା ତିହାର୍ ହାଟ୍ ବା ସ୍ୱତନ୍ତ୍ର ବଜାର। ସରିଆ ଧାନ, ସୂତାରାଖି, ନୂଆ ଶାଢ଼ି, କୁଲା, ଭୁଗା, ଖଡ଼ିକା, ସରଗୀ, ମହୁଲ ପତ୍ର ଆଦି କିଣି ନେଉଛନ୍ତି ଲୋକେ।

ନୂଆଁଖିଆ ପରେ ଆରମ୍ଭ ହେବ ଜୁହାର ଭେଟଘାଟ୍। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜୁହାର ଭେଟଘାଟକୁ ରଙ୍ଗାରଙ୍ଗ କରିବା ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଢାପ୍ ବାଜାର ତାଳେତାଳେ ଧାଙ୍ଗଡ଼ା ଧାଙ୍ଗଡ଼ି ନାଚ ପାଇଁ କଳାହାଣ୍ଡିରେ ଅଭ୍ୟାସ ଚାଲିଛି। ସେପଟେ ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଅଞ୍ଚଳରେ ରସରକେଲୀ, ରଙ୍ଗବତୀ ଆଦି ଗୀତରେ ନୃତ୍ୟାଭ୍ୟାସ କରୁଛନ୍ତି କଳାକାର।



from Odisha Reporter https://ift.tt/2MRPEDn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages