ମୁମ୍ୱାଇ: ପ୍ରାୟ ବର୍ଷେ ଧରି ନ୍ୟୁୟର୍କରେ ରହିବା ପରେ ଭାରତ ଫେରିଛନ୍ତି ବଲିଉଡ୍ ଅଭିନେତା ଋଷି କପୁର୍। କ୍ୟାନସରର ଚିକିତ୍ସା କରାଇବା ପାଇଁ ସେ ଗତ ସେପ୍ଟେମ୍ୱରରୁ ନ୍ୟୁୟର୍କରେ ଥିଲେ। ସୋମବାର ବିଳମ୍ୱିତ ରାତିରେ ଋଷି କପୁର ସ୍ତ୍ରୀ ନୀତୁଙ୍କ ସହିତ ମୁମ୍ୱାଇ ଏୟାରପୋର୍ଟରେ ପହଞ୍ଚିଛନ୍ତି।
ମୁମ୍ୱାଇ ଫେରିବା ପରେ ଫ୍ୟାନ୍ମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ୧ ବର୍ଷ ଧରି ନିଜ ଦେଶ ଛାଡ଼ି କ୍ୟାନସର ସହ ଲଢ଼ିବା ଋଷିଙ୍କ ବଡ଼ କଠିନ ଥିଲା। ମୁମ୍ୱାଇ ଫେରିବା ପରେ ଋଷି କପୁର କେତେ ଖୁସି ଅଛନ୍ତି, ତାହା ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା।
ଋଷି କପୁର ଭାରତ ଫେରିବା କଥା ଝିଅ ରିଦ୍ଦିମା କପୁର୍ ସୋମବାର ଇନଷ୍ଟାଗ୍ରାମ୍ ଷ୍ଟୋରିରେ ସୂଚନା ଦେଇଥିଲେ। ଏପରିକି ଅନୁପମ୍ ଖେର୍ ମଧ୍ୟ ଟ୍ୱିଟର୍ରେ ତାଙ୍କୁ ଶୁଭକାମନା ଜଣାଇଥିଲେ। ନିଜେ ଋଷି କପୁର ମଧ୍ୟ ଟ୍ୱିଟ୍ କରି ଘରେ ପହଞ୍ଚିବାର ଖବର ଫ୍ୟାନ୍ମାନଙ୍କୁ ଦେଇଛନ୍ତି।
BACK HOME!!!!!! 11 Months 11days! Thank you all!
— Rishi Kapoor (@chintskap) September 9, 2019
କ୍ୟାନସରର ଚିକିତ୍ସା ସମୟରେ ପୂରା ପରିବାର, ସାଙ୍ଗସାଥୀ ଓ ବଲିଉଡ୍ ସେଲେବ୍ରିଟି ତାଙ୍କୁ ଅନେକ ସପୋର୍ଟ କରିଥିଲେ। ଅନେକ ସମୟରେ ନ୍ୟୁୟର୍କରେ ବଲିଉଡ୍ ଷ୍ଟାରଙ୍କୁ ଋଷିଙ୍କ ସହିତ ଦେଖିବାକୁ ମିଳିଥିଲା ।
Dearest #NeetuKapoor and @chintskap!! Here is wishing you a safe trip back to India after being in New York for almost a year. I have mixed feelings. I am happy & sad at the same time. I am going to miss you terribly. We had a great time together. Thank you. Love & prayers.🙏😍 pic.twitter.com/ECxBhOUH1h
— Anupam Kher (@AnupamPKher) September 9, 2019
ଚିକିତ୍ସା ସମୟରେ ଋଷିଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ସୁସ୍ଥ ଥିବା ଜଣାପଡୁଛି। ଖୁବ୍ ଶୀଘ୍ର ସେ ଫିଲ୍ମକୁ ଫେରିବେ ବୋଲି ଫ୍ୟାନ୍ମାନେ ଆଶା ବାନ୍ଧି ବସିଛନ୍ତି।
from Odisha Reporter https://ift.tt/2LpeF6O
No comments:
Post a Comment