ସାବଧାନ! ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଗଣିବେ ଫାଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

ସାବଧାନ! ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଗଣିବେ ଫାଇନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଏହା ଅପରାଧ ବୋଲି ବିବେଚନା କରାଯିବ। ଆଉ ଏଥିଲାଗି ଚାଳକ ଗଣିବେ ଫାଇନ୍ ।

ପୂର୍ବରୁ ମଦ ପିଇ ଗାଡ଼ି ଚଳାଇଲେ କୋର୍ଟରେ ଜରିମାନା ଦେବାକୁ ପଡ଼ୁଥିଲା। ହେଲେ ଏବେ ମୋବାଇଲେ କଥା ହେଲେ ମଧ୍ୟ ଏଥିଲାଗି ଦଣ୍ଡିତ ହେବାକୁ ପଡ଼ିବ। ଏ ନେଇ ପୁଲିସ ଡିଜି ଓ ଭୁବନେଶ୍ୱ-କଟକ ପୁଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,  ଧାରା ୧୮୪ ‘ଗ’ ଅନୁସାରେ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା ଅପରାଧରେ ଫାଇନ୍ ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ। ଏହି ଆଇନ ଅନୁଯାୟୀ ପରିବହନ ବିଭାଗ ପକ୍ଷରୁ ପୂର୍ବାପେକ୍ଷା ଅଧିକ ଜୋରିମାନା ଆଦାୟ ହେଉଛି। ଏହି ନୂଆ ଆଇନ୍‌କୁ କଡ଼ାକଡ଼ି କରାଯାଇଥିବାରୁ ଲୋକେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି । ଫଳରେ ଫାଇନ୍‌କୁ ନେଇ ଲୋକଙ୍କ ମଧ୍ୟରେ କୁକୁଆ ଭୟ ସୃଷ୍ଟି ହୋଇଛି।



from Odisha Reporter https://ift.tt/2Q2jRlj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages