ଆସିଲା ୩ଟି ନୂଆ iPhone: ଜାଣନ୍ତୁ କ’ଣ ରହିଛି ଖାସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

ଆସିଲା ୩ଟି ନୂଆ iPhone: ଜାଣନ୍ତୁ କ’ଣ ରହିଛି ଖାସ୍

ନ୍ୟୁୟର୍କ: ଆମେରୀକିୟ ଟେକ୍ନୋଲୋଜି କମ୍ପାନୀ Apple ଏକ ଇଭେଣ୍ଟରେ ୩ଟି ନୂଆ iPhone ଲଞ୍ଚ୍‌ କରିଛି। ଏଗୁଡ଼ିକ ହେଉଛି iPhone 11, iPhone 11 Pro और iPhone 11 Max.

ଭାରତରେ iPhone 11ର ମୂଲ୍ୟ ୬୪ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ୬୪ ଜିବି ଭ୍ୟାରିୟାଣ୍ଟ ପାଇଁ ଏହି ମୂଲ୍ୟ ରହିଛି। iPhone 11 Pro ଓ iPhone 11 Maxରେ  ୧୨୮ ଜିବିର ଇଣ୍ଟରନାଲ୍‌ ଷ୍ଟୋଟୋରେଜ୍‌ ଦିଆଯାଇଛି। ଯାହାର ମୂଲ୍ୟ ଯଥାକ୍ରମେ ୯୯ ହଜାର ୯୯୦ ଟଙ୍କା ଓ ୧ ଲକ୍ଷ ୯ ହଜାର ୯୦୦ ଟଙ୍କା ରଖାଯାଇଛି। ଭାରତରେ ନୂଆ iPhone ପାଇଁ ସେପ୍ଟେମ୍ବର ୧୩ରୁ ପ୍ରି ବୁକିଂ ହେବ ଓ ଏହା ସେପ୍ଟେମ୍ବର ୨୭ରୁ ମିଳିବ।

iPhone 11 Pro, iPhone 11 Pro Max ର ସ୍ପେସିଫିକେସନ୍

iPhone 11 Proରେ ୫.୮ ଇଞ୍ଚର OLED ଡିସ୍‌ପ୍ଲେ  ଦିଆଯାଇଛି। iPhone 11 Pro Maxରେ ୬.୫ ଇଞ୍ଚ୍‌ର ଡିସ୍‌ପ୍ଲେ  ଦିଆଯାଇଛି। ନୂଆ ଆଇଫୋନ୍‌ରେ Super Retina XDR ଡିସ୍‌ପ୍ଲେର ବ୍ୟବହାର କରାଯାଇଛି। ଏହି ତିନିଟି ଫୋନ୍‌ରେ ମୋଟାମୋଟି ପାର୍ଥକ୍ୟ ହେଉଛି iPhone 11ରେ ଆପଣଙ୍କୁ ୧୨ ମେଗାପିକ୍ସେଲର ୨ଟି ରିୟର କ୍ୟାମେରା ମିଳୁଥିବାବେଳେ iPhone 11 Pro ଓ iPhone 11 Pro Maxରେ  ୩ଟି ରିୟର କ୍ୟାମେରା ମିଳିବ।

ଏହା ଲୋ ଲାଇଟ୍‌ ଫଟୋଗ୍ରାଫି ପାଇଁ ସବୁଠୁ ଭଲ। ଏଥିସହ ଏହା ୯ଟି ଫଟୋ ଏକାଠି କ୍ଲିକ୍‌ କରି ଏକାଠି ଯୋଡ଼ିଥାଏ। ଏହି କ୍ୟାମେରା ସାହାଯ୍ୟରେ ଆପଣ 4K ଭିଡିଓ ଶୁଟ୍‌ କରିପାରିବେ। ସେହିପରି iPhone 11 Pro ଓ iPhone 11 Pro Max ମଧ୍ୟରେ ଫରକ୍‌ ହେଲା Maxର ସ୍କ୍ରିନ୍‌ Proଠୁ ଟିକେ ବଡ଼। ତିନିଟି ଯାକ ଫୋନ୍‌ରେ Appleର ନୂଆ ଚିପ୍‌ସେଟ୍ Apple A13 Bionic ଲାଗିଛି। କମ୍ପାନୀ ମୁତାବକ, ଏହା  ମୋବାଇଲରେ ଦିଆଯାଇଥିବା ବିଶ୍ୱର ସବୁଠୁ ପାୱାରଫୁଲ୍‌ ଚିପ୍‌ସେଟ୍। iPhone 11ର ଷ୍ଟୋରେଜ କଥା କହିଲେ ଏଥିରେ ୬୪ ଜିବି, ୧୨୮ ଜିବି ଓ ୨୫୬ ଜିବିର ଅପଶନ୍‌ ରହିଛି।



from Odisha Reporter https://ift.tt/2QfMonU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages