ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଚାଲିଛି। ମଝିରେ ଉଭୟ ବିବାହ କରିବା ନେଇ ଖବର ଆସୁଥିଲା। କିନ୍ତୁ ରଣବୀର ଏବଂ ଆଲିଆଙ୍କୁ ଏ ସମ୍ପର୍କରେ କେବେ ସର୍ବସମ୍ମୁଖରେ ଆଲୋଚନା କରିବାର ଦେଖିବାକୁ ମିଳି ନଥିବା ବେଳେ ଏ ଦୁହିଁଙ୍କ ବିବାହ ହେଲେ ବଲିଉଡ୍ ବେବୋ ଅର୍ଥାତ୍ କରୀନା କପୁର ଅଧିକ ଖୁସି ହେବେ।
ନିକଟରେ ମାମି ଫିଲ୍ମ ଫେଷ୍ଟିଭାଲରେ କରୀନା ଓ ଆଲିଆ ଯୋଗ ଦେଇଥିଲେ। ଦୁହିଁଙ୍କ ସହ ସାକ୍ଷାତକାର ଚାଲିଥିବା ସମୟରେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଆଲିଆଙ୍କୁ ବିବାହ ସମ୍ପର୍କରେ ପ୍ରଶ୍ନ କରିଥିଲେ। ‘କରୀନା କପୁର ତୁମର ନଣଦ କେବେ ହେବେ’ ପ୍ରଶ୍ନରେ କରୀନା ହସି ହସି କହିଥିଲେ, ‘ସେ ଦିନ ମୁଁ ଦୁନିଆରେ ସବୁଠୁ ଅଧିକ ଖୁସି ହେବି।’
କରୀନାଙ୍କ ମୁହଁରୁ ଏଭଳି ଶୁଣିବା ପରେ ଟିକେ ଲାଜ କରିବା ସହ ଆଲିଆ କହିଥିଲେ, ‘ସତରେ କହିବାକୁ ଗଲେ ମୁଁ ଏ ବିଷୟରେ କେବେ ଭାବି ନାହିଁ।’
from Odisha Reporter https://ift.tt/31sgDZ6
No comments:
Post a Comment