ଅନେକ ରୋଗର ରାମବାଣ ଏହି ରସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 18, 2019

ଅନେକ ରୋଗର ରାମବାଣ ଏହି ରସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥକା ଲାଗୁଥିବା ବେଳେ ଗୋଟିଏ ଗ୍ଲାସ୍‌ ଆଖୁ ରସ ପିଇ ଦେଲେ ଭାରି ସତେଜ ବା ଫୂର୍ତ୍ତି ଲାଗେ। ନୁହେଁ କି? ତେବେ ଆଖୁରସର ଆହୁରି ଅନେକ ଉପକାରୀ ଗୁଣ ରହିଛି, ଯାହା ଶରୀରକୁ ବହୁତ ଫାଇଦା ଦେଇଥାଏ। ଆଖୁରସରେ କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌ ଓ ଫସ୍‌ଫରସ୍‌ ପରି ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ହାଡ଼କୁ ମଜବୁତ୍‌ କରିବା ସହ ଦାନ୍ତକୁ ଶକ୍ତ କରିଥାଏ। ଆଖୁ ରସ ରକ୍ତଚାପ ସମସ୍ୟାକୁ ଦୂର କରିବା ସହିତ ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍ ରଖେ। ତେବେ ଆସନ୍ତୁ ଜାଣିବା, ଆଖୁ ରସ ପିଇଲେ ଶରୀରକୁ ଆଉ କେଉଁ ସବୁ ଲାଭ ମିଳିଥାଏ।

୧. ଆଖୁରସ ରୋଗ ପ୍ରତିରୋଧକ ଶକ୍ତିକୁ ଶୀଘ୍ର ବଢ଼ାଇଥାଏ। ଯଦି ଆପଣ ଜର, ଥଣ୍ଡା ବା କାଶରେ ପୀଡ଼ିତ, ତା’ହେଲେ ଆଖୁ ରସ ପିଅନ୍ତୁ। ତା’ହେଲେ ଶୀଘ୍ର ଭଲ ହେବେ।

୨. ଆଖୁ ରସରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ଆଲର୍ଜି ଦୂର କରିବା ସହିତ ବିଭିନ୍ନ ଔଷଧରୁ ହେଉଥିବା ସାଇଡ୍‌ ଇଫେକ୍ଟରୁ ମଧ୍ୟ ରକ୍ଷା କରିଥାଏ।

୩. ଏଥିରେ ଭିଟାମିନ୍‌ ସି ଓ ମ୍ୟାଗ୍ନେସିୟମ୍‌ ରହିଛି। ସେହିପରି ଏହା ଇଲେକ୍ଟ୍ରୋଲାଇଟ୍‌ସର ଏକ ବଢ଼ିଆ ଉତ୍ସ। ତେଣୁ ଅଧିକ ସମୟ ଖରାରେ ରହୁଥିଲେ ଆଖୁ ରସ ପିଅନ୍ତୁ। ଏହାଦ୍ୱାରା ଶରୀରରେ ପୋଟାସିୟମ୍‌ ଓ ସୋଡିୟମ୍‌ର ମାତ୍ରା ସନ୍ତୁଳିତ ରହିଥାଏ। ଏହା ସହିତ ଶରୀର ହାଇଡ୍ରେଟ୍‌ ରହିଥାଏ।

୪. ଆଖୁ ରସ ଶରୀରରେ ପ୍ରୋଟିନ୍‌ର ସ୍ତରକୁ ସନ୍ତୁଳିତ ରଖେ। ୟୁରିନାଲ୍‌ ଇନ୍‌ଫେକସନ୍‌ର ଉପଚାରରେ ଏହା ବେଶ୍ ବଢ଼ିଆ କାମ କରିଥାଏ।

୫. କିଡ୍‌ନୀ ପାଇଁ ଆଖୁ ରସ ଏକ ଉତ୍ତମ ପାନୀୟ। ଏହା କିଡ୍‌ନୀକୁ ସୁସ୍ଥ ରଖେ।

୬. ଲିଭର୍‌ରେ ସମସ୍ୟା ଥିଲେ ପ୍ରତିଦିନ ଆଖୁ ରସ ପିଅନ୍ତୁ। ଜଣ୍ଡିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଏହା ଭଲ।

୭. ଡାଇବେଟିସ୍‌ ରୋଗୀଙ୍କ ପାଇଁ ଆଖୁ ରସ ବେଶ୍‌ ଲାଭଦାୟକ। ଏହାର କାରଣ ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ରହିଥାଏ। ତେଣୁ ଡାଇବେଟିସ୍‌ ରୋଗୀ ଆଖୁକୁ ଚୋବାଇ ଖାଇପାରିବେ ଅବା ଗୋଟେ ଗ୍ଲାସ୍ ରସ ପିଇ ପାରିବେ।

୮. ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାକୁ ମଧ୍ୟ ସୁସ୍ଥ ରଖିଥାଏ।

(ବି.ଦ୍ର- ଡାଇବେଟିସ୍‌, ଲିଭର୍ ବା କିଡ୍‌ନୀ ଜନିତ ସମସ୍ୟା ଆଦି ଥିଲେ ବା ଜ୍ୱର ହୋଇଥିଲେ ଆଖୁ ରସ ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନେବା ଉଚିତ୍‌।)

 



from Odisha Reporter https://ift.tt/33KaVTS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages