ଆବଶ୍ୟକ ସାମଗ୍ରୀ: ଛତୁ, କଖାରୁ ପତ୍ର, ସାରୁ ପତ୍ର, ଲୁଣ, ରସୁଣ ବଟା, ସୋରିଷ-ଜିରା ବଟା, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ କାଟି ପାଣି ଧୋଇ ଦିଅନ୍ତୁ। ତା’ପରେ ଏଥିରେ ଲୁଣ, ରସୁଣ ବଟା, ସୋରିଷ-ଜିରା ବଟା, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ ପକାଇ ଗୋଳାଇ ଦିଅନ୍ତୁ। ଏବେ ସାରୁ ପତ୍ର ଉପରେ ୩ ରୁ ୪ଟି କଖାରୁ ପତ୍ର ଦେଇ ମସଲା ଗୋଳା ଛତୁକୁ ରଖି ଭଲ ଭାବେ ବାନ୍ଧି ଦିଅନ୍ତୁ। ଅଙ୍ଗାର ନିଆଁ ଥିବା ଚୁଲି ଭିତରେ ବନ୍ଧା ହୋଇଥିବା ଛତୁକୁ ରଖନ୍ତୁ। ଏହା ଉପରେ ଆଉ କିଛି ଅଙ୍ଗାର ଦିଅନ୍ତୁ। ୨୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ‘ଛତୁ ପତ୍ର ପୋଡ଼ା’। ଆପଣ ଏହାକୁ ଭାତ କିମ୍ବା ରୁଟି ଧରି ଖାଇ ପାରିବେ।
ଧ୍ୟାନ ଦିଅନ୍ତୁ: ଛତୁକୁ ପୋଡ଼ିବା ବେଳେ ଯେମିତି ଅଙ୍ଗାରରେ ନିଆଁ ଡହ ଡହ ହୋଇ ଜଳୁ ନଥିବ, ସେଥିପ୍ରତି ଧ୍ୟାନ ଦେବେ। କାରଣ ହାଲ୍କା ନିଆଁରେ ଛତୁ ଭଲ ଭାବେ ସିଝିବ।
from Odisha Reporter https://ift.tt/31ORvwp
No comments:
Post a Comment