ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟ କରିବାରେ ପାକ୍‌କୁ ୨୭ରୁ ୬ ମାର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟ କରିବାରେ ପାକ୍‌କୁ ୨୭ରୁ ୬ ମାର୍କ

ପ୍ୟାରିସ୍‌: ଆତଙ୍କୀସ୍ତାନ ଭାବେ ପରିଚିତ ପାକିସ୍ତାନକୁ ପୁଣିଥରେ ଝଟ୍‌କା ଦେଇଛି ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ ବା ଏଫ୍‌ଏଟିଏଫ୍‌। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନ ଫେଲ ବୋଲି ପୁଣିଥରେ ଏଫ୍‌ଏଟିଏଫ୍‌ କହିଛି। ସଂସ୍ଥା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ଓ ଅନ୍ୟାନ୍ୟ ସହାୟତା ଦିଗରେ କାର୍ଯ୍ୟ କରିବା ପାଇଁ ପାକିସ୍ତାନକୁ ଯେଉଁ ନିର୍ଦ୍ଦେଶ ଦେଇଥିଲା, ତା’କୁ ଇମ୍ରାନ ସରକାର ଆଦୌ ପାଳନ କରିନାହାନ୍ତି।

ଏଥିପାଇଁ ପାକିସ୍ତାନକୁ ସଂସ୍ଥା ପକ୍ଷରୁ ୨୭ରୁ ମାତ୍ର ୬ ମାର୍କ ମିଳିଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଥିବା ପାକିସ୍ତାନକୁ ଏବେ ଏଫଏଟିଏଫ୍‌ ତା’ର ଗ୍ରେ ଲିଷ୍ଟରେ ରଖିଛି। ଏଥିସହ ଅକ୍ଟୋବର ସୁଦ୍ଧା ପାକିସ୍ତାନରେ ଥିବା ସକ୍ରିୟ ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା। ହେଲେ ପାକିସ୍ତାନ ସବୁଥିରେ ଫେଲ ମାରିଛି।

ଏବେ ପ୍ୟାରିସରେ ଏଫଏଟିଏଫ୍‌ର ବୈଠକ ବସିବ। ଏହି ସମୟରେ ପାକିସ୍ତାନର ଆତଙ୍କବାଦୀ ପ୍ରୀତି ଉପରେ ଆଲୋଚନା ହେବ। ଦରକାର ପଡ଼ିଲେ ସଂସ୍ଥା ପାକିସ୍ତାନକୁ କଳାତାଲିକା ଭୁକ୍ତ ମଧ୍ୟ କରିପାରେ।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନରେ ଏବେ ଲସ୍କର, ଇସଲାମିକ ଷ୍ଟେଟ ଓ ହକ୍କାନୀ ନେଟୱର୍କ ଭଳି ଆତଙ୍କୀ ସଂଗଠନ ଗୁଡ଼ିକ ସକ୍ରିୟ ରହିଛନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଫ୍‌ଏଟିଏଫ୍‌ ପାକିସ୍ତାନ ଆଗରେ ୨୭ଟି ସର୍ତ୍ତ ରଖିଥିଲା। ହେଲେ ପାକିସ୍ତାନ କେବଳ ୬ ଟି ସର୍ତ୍ତ ପୂରଣ କରିଛି। ଏବେ ବି ୨୧ଟି ସର୍ତ୍ତ ବାକି ରହିଥିବା ଜଣାପଡ଼ିଛି।



from Odisha Reporter https://ift.tt/2IwlLV7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages